ଟ୍ୱିଟ୍ କରି ଅଡୁଆରେ କଂଗ୍ରେସ ! ମୋଦିଙ୍କୁ ସମାଲୋଚନା କରିବାକୁ ଯାଇ ଅଡୁଆରେ ଫସିଲେ କଂଗ୍ରେସ ଆଇଟି ସେଲ୍ ପ୍ରମୁଖ ଦିବ୍ୟାସ୍ପନ୍ଦନା ।
ମୋଦିଙ୍କୁ ଘେରିବାକୁ ଉଦ୍ୟମ କରି ଅଡୁଆରେ କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ଅଡୁଆରେ ଫସିଗଲେ କଂଗ୍ରେସ ଆଇଟି ସେଲ୍ ପ୍ରମୁଖ ଦିବ୍ୟାସ୍ପନ୍ଦନା । ଗତକାଲି ଦିବ୍ୟାସ୍ପନ୍ଦନା ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଥିବା ଭିଡ଼ିଓ ପୁରୁଣା ଜଣାପଡ଼ିବା ପରେ କ୍ଷମା ମାଗିଛନ୍ତି କଂଗ୍ରେସ ଆଇଟି ସେଲ ମୁଖ୍ୟ ଦିବ୍ୟାସ୍ପନ୍ଦନା । ତେବେ ଦିବ୍ୟା ଏକ ଭିଡ଼ିଓ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ଶନିବାର ହୋଇଥିବା ରାଜସ୍ଥାନ ଗସ୍ତକୁ ଟାର୍ଗେଟ୍ କରିଥିଲେ । ଭିଡ଼ିଓରେ ମୋଦି ବିରୋଧୀ ନାରାବାଜି ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ଭିଡ଼ିଓ ପୁରୁଣା ବୋଲି ଦିବ୍ୟା ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ଭିଡ଼ିଓ ଅପଲୋଡ ହେଉନଥିବା କାରଣରୁ ଫେସବୁକ୍ ଉପରେ ରାଜନୈତିକ ପକ୍ଷପାତିତାର ଆରୋପ ଲଗାଇ ଥିଲେ ଦିବ୍ୟା । ଅନ୍ୟପଟେ ଦିବ୍ୟାଙ୍କ ଟ୍ୱିଟର ଜବାବ୍ ଦେଇଥିଲେ ବିଜେପି ଆଇଟି ସେଲ ପ୍ରମୁଖ ଅମିତ ମାଲବ୍ୟ । ସେ କହିଥିଲେ କଂଗ୍ରେସ ରାଜନୀତିର ମଇଦାନରେ ଆତ୍ମଘାତୀ ଗୋଲର ଶିକାର ହୋଇଛି । ଯେଉଁଥି ପାଇଁ ଏଭଳି ପାଗଳାମି କରୁଛି ବୋଲି ବିଜେପି ତରଫରୁ ପାଲଟା ଜବାବ ରଖାଯାଇଛି ।
ତେବେ ଏହି ଭିଡିଓଟି ଗତ ମାର୍ଚ୍ଚ ମାସର ହୋଇଥିବା ବେଳେ ପୋଷ୍ଟ ହେବାପରେ ଅଧିକ ମାତ୍ରାରେ ଭାଇରାଲ ହୋଇଛି । ଭିଡିଓଟି ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ କଂଗ୍ରେସ ଆଇଟି ସେଲ ପ୍ରମୂଖ ଦିବ୍ୟା ସ୍ପନ୍ଦନା କ୍ଷମା ପ୍ରାର୍ଥନା କରିଛନ୍ତି । କଂଗ୍ରେସ ଅନେକ ସମୟରେ ବିଜେପି ଏବଂ ଖାସ୍ କରି ମୋଦିଙ୍କୁ ସମାଲୋଚନା କରିବା ପାଇଁ କୌଣସି ମଉକା ଛାଡୁନଥିବା କଂଗ୍ରେସ ଆଜି ନିଜେ ସମାଲୋଚନା ହୋଇଛି । ବିଜେପି ପକ୍ଷରୁ ପାଲଟା ଜବାବ ମିଳିବାପରେ ଚତୁରତାର ସହ କଂଗ୍ରେସ କହିଛି ଭିଡ଼ିଓ ପୁରୁଣା ଥିଲା କିନ୍ତୁ ଭୁଲ ନଥିଲା ।