କାଜିପାଟଣାରେ ପଶିଲା ଧନୁଆ ନଦୀର ଜଳ : ପିପିଲି ଓ ନିମାପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

103

କନକ ବ୍ୟୁରୋ : କାଜିପାଟଣାରେ ପଶିଲା ଧନୁଆ ନଦୀର ଜଳ । ରାସ୍ତା ଉପରେ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ପିପିଲି ଓ ନିମାପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ, ବର୍ଷା କମିଯାଇଛି । ବିଭିନ୍ନ ନଦୀ ଗୁଡିକରେ ଏବେ ବନ୍ୟା ସ୍ଥିତି । ସବୁଆଡେ ପାଣି ଆଉ ପାଣି । ବିଭିନ୍ନ ଗାଁ ଗୁଡିକରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ଅନ୍ୟ ସ୍ଥାନ ଭଳି ପିପିଲିରେ ମଧ୍ୟ ବନ୍ୟା ପାଣି ପଶି ଲୋକଙ୍କ ଅବସ୍ଥା ସଙ୍ଗୀନ୍ ହୋଇପଡ଼ିଛି ।

ପିପିଲିର ପାହିଲୁଣ୍ଡିଠାରେ ଭାସିଯାଇଛି ବାଉଁଶ ପୋଲ । କିଛି ସମୟ ପୂର୍ବରୁ ଏହି ବାଉଁଶପୋଲ ଉପରେ ଲୋକେ ଯିବା ଆସିବା କରୁଥିଲେ । ହେଲେ ହଠାତ୍ ମାଡି ଆସିଲା ପାଣି । ଆଉ ସେହି ପାଣିରେ ହଠାତ୍ ଭାସିଗଲା ବାଉର୍ଶ ପୋଲ । ପୋଲରେ ଯାଉଥିବା ଲୋକ ଅଳ୍ପକେ ବର୍ତ୍ତି  ଯାଇଛନ୍ତି ।