ବାଘମାରୀରେ ବୁଡିଲା ଜାତୀୟ ରାଜପଥ : ଅଟ୍ରି ଉଷ୍ମପ୍ରସବଣରେ ୫ ଫୁଟର ବନ୍ୟା ଜଳ ପ୍ରବେଶ 

123

କନକ ବ୍ୟୁରୋ : ଲଗାଣ ବର୍ଷାରେ ବିଭନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି । ପ୍ରତି ଗାଁରେ ବନ୍ୟା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣି ମାଡି ଆସିବା ଯୋଗୁଁ ବାଘମାରୀରେ ବୁଡିଲା ଜାତୀୟ ରାଜପଥ । ଖୋର୍ଦ୍ଧା-ବଲାଙ୍ଗୀର ଏନଏଚ୍-୫୭ ବାଘମାରୀଠାର ରାସ୍ତା ବୁଡ଼ିଯାଇଥିବା ବେଳେ ଏନଏଚ ଉପରେ ଦେଢଫୁଟର ପାଣି ପ୍ରବାହିତ ହେଉଛି । ସେପଟେ ଅଟ୍ରି ଉଷ୍ମପ୍ରସବଣରେ ୫ ଫୁଟର ବନ୍ୟା ଜଳ ପ୍ରବେଶ କରିଛି ।

ଖୋର୍ଦ୍ଧାର ରାଜୁଆ ନଦୀରେ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ତିରିମଲ ନିକଟରେ ଏହି ବଡ ଘାଇ ସୃଷ୍ଟି ହୋଇଛି । ଏବେ ଘାଇରେ ପ୍ରବଳ ବେଗରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହି ଘାଇ ଦେଇ ପ୍ରଚୁର ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାତିରେ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର, ଅଣ୍ଡା, ଅଁଳାଯୋଡି, ଧବଳପୁର ଗାଁ ପ୍ରଭାବିତ ହେବା ସମ୍ଭାବନା ରହିଛି । ସେପଟେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରୟାସ ଆରମ୍ଭ ହୋଇଛି ।