ନକ୍ସଲଙ୍କ ଗୁଳିରେ ହରାଇଲେ ଦୁଇ ଗୋଡ କିନ୍ତୁ ହାର ମାନିନଥିଲା ତାଙ୍କ ଦେଶପ୍ରୀତି ! ଏବେ ବି ଲଢେଇ କରିବାକୁ ପ୍ରସ୍ତୁତ ଏହି ବୀର ଯବାନ ।
ନକ୍ସଲଙ୍କ ନଅଟି ଗୁଳିର ଶିକାର ହୋଇ ମଧ୍ୟ ପୁନର୍ବାର ଡ୍ୟୁଟି ଜଏନ୍ କରିଥିବା ସିଆରପିଏଫ୍ ଯବାନ୍ ଚେତନ ଚିତାଙ୍କ ଦୁଃସାହସିକ ଯାତ୍ରା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ । ଏବେ ଆଉ ଜଣେ ଯବାନଙ୍କ ଜୀବନୀ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ନକ୍ସଲଙ୍କ ଗୁଳିର ଶିକାରରେ ନିଜର ଦୁଇ ଗୋଡକୁ ହରାଇ ମଧ୍ୟ ସୁସ୍ଥ ହେବା ପରେ ଡ୍ୟୁଟିରେ ପୁନଃ ଜଏନ୍ କରିବା ଭଳି ନିଷ୍ପତ୍ତି ନେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଛତିଶଗଡର ବସ୍ତର ଜିଲ୍ଲାରେ କୋବରା ୨୦୮ ବାଟାର୍ଲିୟାନରେ କନେଷ୍ଟବଳ ପୋଷ୍ଟରେ କାର୍ୟ୍ୟରତ ଥିବା ରାମଦାସଙ୍କ ଜୀବନୀ ଶୁଣିଲେ ଯେ କେହି ବି ତାଙ୍କୁ ସାବାସ୍ ଯବାନ୍ କହି ଉଠିବେ । ଘଟଣା ହେଉଛି ୨୯ ନଭେମ୍ବର ୨୦୧୭ ତାରିଖର । ସବୁଦିନ ଭଳି ଉକ୍ତ ଦିନ ମଧ୍ୟ କମାଣ୍ଡୋ ମାନଙ୍କ ଗୋଟିଏ ଟିମ୍ ବସ୍ତରର ଜଙ୍ଗଲରେ ପେଟ୍ରୋଲିଙ୍ଗରେ ଥିଲେ । ଉକ୍ତ ସ୍ଥାନଟି ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଗୁଳିବାରୁଦର ଶବ୍ଦ ପ୍ରତିଦିନ ସେଠାରେ ଶୁଭିଥାଏ । ସେଦିନ ମଧ୍ୟ ଏଭଳି ଏକ ଅଘଟଣ ଘଟିଥିଲା ଯବାନ୍ ରାମଦାସଙ୍କ ଜୀବନରେ । ନକ୍ସଲଙ୍କ ଗୁଳିର ଶିକାର ହୋଇଥିବା ରାମଦାସଙ୍କ ଜୀବନ ସଙ୍କଟରେ ଥିବାବେଳେ ତାଙ୍କୁ ଅନ୍ୟ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ପରେ ହେଲିକେପ୍ଟର ସାହାଯ୍ୟରେ ରାୟପୁର ଡାକ୍ତରଖାନାକୁ ନିଆଯାଇଥିଲା ।
ରାମଦାସଙ୍କ ଦୁଇ ଗୋଡ ଏବଂ ବାମ ହାତରେ ଗଭୀର ଆଘାତ ଲାଗିଥିଲା ଯାହାଦ୍ୱାରା ତାଙ୍କୁ ନିଜ ଗୋଡ ମଧ୍ୟ ହରାଇବାକୁ ପଡିଥିଲା । କିନ୍ତୁ ଦୁଇଗୋଡକୁ ହରାଇ ମଧ୍ୟ ରାମଦାସ ନିଜ ଆତ୍ମବିଶ୍ୱାସ ହରାଇ ନଥିଲେ । ସେ ସୁସ୍ଥ ହେବା ପରେ ପୁନଶ୍ଚ ଡ୍ୟୁଟି ଜଏନ୍ କରିଥିଲେ । ତାଙ୍କ ଗୋଡରେ ଏବେ କୁତ୍ରିମ ଗୋଡ ଲଗାଯାଇଛି । ତାଙ୍କ ପତ୍ନୀ ଏବଂ ଯବାନ୍ ସାଥି ରାମଦାସଙ୍କ ଆତ୍ମବିଶ୍ୱାସ ବଢାଇବାରେ ତାଙ୍କୁ ସହାୟତା କରିଥିଲେ ।