ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବ,ରାଜ୍ୟରେ ଶୀତର ପ୍ରକୋପ ଜାରି : ୭.୨ ଡିଗ୍ରୀ ସହ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସବୁଠାରୁ ଥଣ୍ଡା ସ୍ଥାନ

75

କନକ ବ୍ୟୁରୋ : ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଓଡ଼ିଶାକୁ ଉତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି । ସୋମବାର କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଥିଲା । ଏଠାରେ ସର୍ବନିମ୍ନ ତାପମାତ୍ରା ୭ ଦଶମିକ ୨ ରେକର୍ଡ କରାଯାଇଛି ।

ଏହା ବ୍ୟତୀତ କୋରାପୁଟ ସେମିଳିଗୁଡ଼ାରେ ୯ ଡିଗ୍ରୀ, ଫୁଲବାଣୀରେ ୧୦ ଦଶମିକ ୫ ଡିଗ୍ରୀ, କୋରାପୁଟ ଓ ଦାରିଙ୍ଗବାଡି ୧୧ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟର ୨୦ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ୧୬ ଡିଗ୍ରୀ ଓ କଟକରେ ସର୍ବନିମ୍ନ ୧୬ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୩ରୁ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।