ବିଶ୍ୱ ଜନସଂଖ୍ୟା ଦିବସରେ ବଡ଼ ଖବର। ୮ଶହ କୋଟି ଅତିକ୍ରମ କଲା ବିଶ୍ୱର ଜନସଂଖ୍ୟା।

125

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ବଡ ସମସ୍ୟା ଭାବେ ଛିଡା ହୋଇଛି । ଏହା ଭିତରେ ମିଳିତ ଜାତିସଂଘର ମୁଖ୍ୟ ଆଟୋଂନିଓ ଗୁଟରେସ ନୂଆ ଆକଳନ କରିଛନ୍ତି ଓ କହିଛନ୍ତି ଯେ, ନଭେମ୍ବର ୧୫ରେ ବିଶ୍ୱ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ମିଳିତ ଜାତିସଂଘ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ କହିଛି ବିଶ୍ୱର ଜନସଂଖ୍ୟା ୮ଶହ କୋଟି ଅତିକ୍ରମ କରିସାରିଛି । ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ୮ଟି ଦେଶରେ ତ୍ରୀବ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବ । ଭାରତ, ପାକିସ୍ତାନ. କଙ୍ଗୋ, ମିଶର, ଇଥୋପିଆ, ନାଇଜେରିଆ, ପାକିସ୍ତାନ, ଫିଲିଫାଇନ୍ସ, ତାଞ୍ଜାନିଆ ରହିଛି । ସବୁଠୁ ବଡକଥା ହେଉଛି ଆଫ୍ରିକା ମହାଦେଶର ୫ଟି ଦେଶ ଏହି ତାଲିକାରେ ରହିଛନ୍ତି ।

ମିଳିତ ଜାତିସଂଘ ଜନଗଣନା ସମ୍ଭାବନା ୨୦୨୨ ରିପୋର୍ଟ
୨୦୨୨ ନଭେମ୍ବର ୧୫ରେ ବିଶ୍ୱର ଜନସଂଖ୍ୟା ୮ଶହ କୋଟି ଅତିକ୍ରମ କରିଛି
୨୦୩୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୫୦କୋଟିରେ ପହଞ୍ଚି
୨୦୫୦ ସୁଦ୍ଧା ଏହା ୯ଶହ କୋଟି ୭୦ଲକ୍ଷରେ ପହଞ୍ଚି
୨୧୦୦ ସୁଦ୍ଧା ୧ ହଜାର କୋଟିର ପାର ହେବା ସମ୍ଭାବନା ରହିଛି

ଏହି ଜନସଂଖ୍ୟା ବୃଦ୍ଧି କେବଳ ଭାରତ ପାଇଁ କି ନୁହେଁ ସାରା ବିଶ୍ୱ ପାଇଁ ଭିନ୍ନ ଭିନ୍ନ ସମସ୍ୟା ଆଣିପାରେ । ବିଶେଷଜ୍ଞଙ୍କ ମତରେ ଜଙ୍ଗଲ ନଷ୍ଟ ,ଜଳବାୟୁ ପରିବର୍ତନ, ପ୍ରାକୃତିକ ସାଧନା ଶେଷ ହେବା ଆଶଙ୍କା ରହିଛି । ଏପରିକି ଦିନେ ଏହି ବିଶାଳ ପୃଥ୍ୱିବୀ ମଣିଷଙ୍କ ରହିବା ପାଇଁ ପାଇଁ ଛୋଟ ପଡିପାରେ ।

ୟୁଏନ ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ ୨୦୨୩ ସୁଦ୍ଧା ଚୀନକୁ ଜନସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଅତିକ୍ରମ କରିପାରେ ଭାରତ । ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବ ଦେଶ । ସେପଟେ ବିଭିନ୍ନ ରାଷ୍ଟ୍ରମାନେ ନିଜ ନିଜ ଦେଶରେ ଜନସଂଖ୍ୟା କମ କରିବା ପାଇଁ ଟୁ ଚାଇଲ୍ଡ ପଲିସି ବା ୱାନ ଚାଇଲ୍ଡ ପଲିସି ଆପଣାଉଛନ୍ତି । ସେପଟେ ଚୀନ ସରକାର ନିଜ ଦେଶର ଜନସଂଖ୍ୟା ହ୍ରାସକୁ ନେଇ ମଧ୍ୟ ବେଶ ଚିନ୍ତାରେ ଅଛନ୍ତି । ୱାନ ଚାଇଲ୍ଡ ପଲିସି ଯୋଗୁଁ ସେଠାରେ ବେଶ କମ ହୋଇଛି ପ୍ରଜନନ ସଂଖ୍ୟା । ଏଠାରେ ବୃଦ୍ଧଙ୍କ ସଂଖ୍ୟା ବଢୁଛି ଓ ଯୁବଗୋଷ୍ଠୀ ଏବଂ ଶିଶୁଙ୍କ ସଂଖ୍ୟା କମୁଛି । ଯାହାକୁ ନେଇ ଚିନ୍ତାରେ ଚୀନ ସରକାର ।
୭୨ବର୍ଷରେ କେତେ ବଢିଛି ଜନସଂଖ୍ୟା?
୨୦୨୨ ନଭେମ୍ବରରେ ବିଶ୍ୱର ଜନସଂଖ୍ୟା ୮ଶହ କୋଟି ଟପିଛି
୧୯୫୦ରୁ ୨୦୨୨ ମଧ୍ୟରେ ଜନସଂଖ୍ୟା ୩ଗୁଣ ବୃଦ୍ଧି ପାଇଛି
୧୯୫୦ ମସିହାରେ ବିଶ୍ୱର ଜନସଂଖ୍ୟା ୨୫୦କୋଟି ରହିଥିଲା

ବଢୁଥିବା ଜନସଂଖ୍ୟା ସମସ୍ୟାର ସମାଧାନ କେବଳ ସରକାରୀ ବିଜ୍ଞାପନ, ସେମିନାର ଓ ଚର୍ଚ୍ଚା ମାଧ୍ୟମରେ ଯଦି ସମ୍ଭବ ହୁଅନ୍ତା ତେବେ ଦେଶରେ ଜନସଂଖ୍ୟା ବିସ୍ଫୋରଣ ଭଳି ବଡ ସମସ୍ୟା ଉଭା ହୋଇନଥାନ୍ତା । ଏବେ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱ ସାମ୍ନାରେ ଏହା ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ଯେ କିଭିଳି ଆୟତକୁ ଆସିବ ବିଶ୍ୱର ଜନସଂଖ୍ୟା? କିଭଳି ସବୁଦେଶମାନଙ୍କର ଜନସଂଖ୍ୟା ବୃଦ୍ଧିର ଅନୁପାତ ସନ୍ତୁଳନ ସ୍ତରକୁ ଆସିବ ?