ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ଭୁବନେଶ୍ୱର ଓ କଟକରେ ତୀବ୍ରରୁ ଅତି ତୀବ୍ର ବର୍ଷା

285

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ସକାଳ ୪ଟାରୁ ଉପକୂଳ ଓଡ଼ିଶାରେ ବର୍ଷା ହେଉଛି । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ତୀବ୍ର ଓ ଅତି ତୀବ୍ର ବର୍ଷା ପ୍ରଭାବରେ ସାମୟିକ ଭାବେ ତଳିଆ ଅଂଚଳରେ ପାଣି ଜମିବା ସମ୍ଭାବନା ରହିଛି । ଅଣ୍ଡରପାସ୍ ରୋଡ୍ରେ ମଧ୍ୟ ବର୍ଷା ଜଳ ଜମିବା ସହ ଯାତାୟତରେ ସମସ୍ୟା ଉପୁଜିପାରେ ।
ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଜି ୭ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣଂ ଜାରି କରାଯାଇଛି । ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ । ୧୯ ତାରିଖରୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।