ନିର୍ବନ୍ଧ ଓ ବିବାହ ଖବରରେ ପୂର୍ଣ୍ଣଛେଦ ପକାଇଲେ ସୁସ୍ମିତା ସେନ୍ । ଇନଷ୍ଟାରେ ପୋଷ୍ଟ କରି ଲେଖିଲେ ଏପରି କଥା ।

447

କନକ ବ୍ୟୁରୋ: ଗତକାଲି ବିବାଦୀୟ ବ୍ୟବସାୟୀ ତଥା ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଦୁଇଟି ଫଟୋ ସେୟାର କରିବା ପରେ ସେମାନଙ୍କ ନିର୍ବନ୍ଧ ଓ ବିବାହକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । ମାତ୍ର ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ସୁସ୍ମିତା ।

 ନା ବିବାହ ନା ନିର୍ବନ୍ଧ ସେପରି କିଛି ଘଟିନଥିବା କହି ପୋଷ୍ଟ କରିଛନ୍ତି ସୁସ୍ମିତା ସେନ୍ । ଏହାସହ ପରୋକ୍ଷରେ କହିଛନ୍ତି ଯେ, ତାଙ୍କ ବ୍ୟକ୍ତିଗତ ଜୀବନରେ ଲୋକଙ୍କୁ ଅନଧିକାରର ଚର୍ଚ୍ଚା କରିବାର କୌଣସି ଅଧିକାର ରହିବା ଉଚିତ ନୁହେଁ । ବିବାହ , ନିର୍ବନ୍ଧ ପରି କିଛି ଘଟଣା ଘଟିନଥିବାବେଳେ ବିନା ସର୍ତ୍ତରେ ପ୍ରେମରେ ଘେରି ହୋଇପଡୁଛନ୍ତି  । ଅନେକ ବିବାଦ ପରେ ସେ ଏବେ ନିଜ ଜୀବନ ଓ କାମକୁ ଗୁରୁତ୍ୱ ଦେଉଛନ୍ତି । ଦୁଇ ଝିଅଙ୍କ ସହ ସେ ବହୁତ ଖୁସି ଅଛନ୍ତି ବୋଲି ସୁସ୍ମିତା ଲେଖିଛନ୍ତି । ଏହାସହ ଦୁଇ ଝିଅଙ୍କ ସହ ଏକ ଫେଟୋ ମଧ୍ୟ ସେୟାର କରିଛନ୍ତି ।