ଯୁଦ୍ଧ ପାଇଁ ଉସୁକାଉଛି ଚୀନ୍ : ତାଇୱାନ ପ୍ରଣାଳୀରେ ସୃଷ୍ଟି କରୁଛି ଆତଙ୍କ

147

କନକ ବ୍ୟୁରୋ : ଭାରତ ଚାପରେ ନିଷ୍ପତ୍ତି ବଦଳାଇଲା ଶ୍ରୀଲଙ୍କା । ହମ୍ବନତୋଟା ବନ୍ଦରରେ ଲାଗିବାକୁ ଥିବା ଚୀନର ଏକ ଗୁଇନ୍ଦା ଜାହାଜକୁ ଅଟକାଇଲା ଶ୍ରୀଲଙ୍କା । ଏକ ରୁଟିନ୍ କାର୍ଯ୍ୟକ୍ରମରେ ଚୀନର ଏହି ଜାହାଜ ଆସୁଛି ବୋଲି ଶ୍ରୀଲଙ୍କା ପୂର୍ବରୁ ସ୍ପଷ୍ଟ କରିଥିଲା । ହେଲେ ଏହାକୁ କଡ଼ା ବିରୋଧ କରିଥିଲା ଭାରତ । ଭାରତର ବିରୋଧ ପରେ ଶ୍ରୀଲଙ୍କା ଚୀନକୁ ଜାହାଜ ନେଇ ଆଗକୁ ନବଢିବା ପାଇଁ ଅନୁରୋଧ କରିଛି । ଏହି ଜାହାଜ ୧୧ ତାରିଖରେ ହମ୍ବନତୋଟା ବନ୍ଦରରେ ଲାଗିଥାନ୍ତା ।

ସେପଟେ ଚୀନ୍ ଯୁଦ୍ଧ ପାଇଁ ଉସୁକାଉଥିବା ଅଭିଯୋଗ କରିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ । ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ତୁହାକୁ ତୁହା ଉଡାଇ ଆତଙ୍କ ସୃଷ୍ଟି କରୁଛି ବୋଲି ତାଇୱାନ୍ ଅଭିଯୋଗ କରିଛି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଚୀନର ଯୁଦ୍ଧ ବିମାନ ଓ ଜାହାଜ ତାଇୱାନ ପ୍ରଣାଳୀରେ ମେଡିଆନ୍ ଲାଇନ୍ ଅତିକ୍ରମ କରିବା ଦେଖାଯାଉଛି । ସେମାନେ ତାଇୱାନ୍ ମୁଖ୍ୟ ଭୁଖଣ୍ଡ ଉପରେ ଆକ୍ରମଣ କରିବାକୁ ମସୁଧା କରୁଥିବା ଅନୁମାନ କରାଯାଉଛି ବୋଲି ତାଇୱାନ ପକ୍ଷରୁ କୁହାଯାଇଛି ।

‘ଯୁଦ୍ଧ ପାଇଁ ଉସୁକାଉଛି ଚୀନ୍’

-ଚୀନ୍ ଯୁଦ୍ଧ ପାଇଁ ଉସୁକାଉଥିବା କହୁଛି ତାଇୱାନ୍
-‘ତାଇୱାନ ପ୍ରଣାଳୀରେ ଆତଙ୍କ ସୃଷ୍ଟି କରୁଛି ଚୀନ୍’
-‘ଯୁଦ୍ଧଜାହାଜ ଓ ଯୁଦ୍ଧବିମାନ ଉଡାଇ ଯୁଦ୍ଧ ପାଇଁ ଉତେଜିତ କରୁଛି ଚୀନ୍’
-‘ଚୀନ୍ର ଯୁଦ୍ଧ ବିମାନ ତାଇୱାନ ପ୍ରଣାଳୀରେ ମେଡିଆନ୍ ଲାଇନ୍ ଅତିକ୍ରମ କରିଛି’
-‘ତାଇୱାନ୍ ମୁଖ୍ୟ ଭୁଖଣ୍ଡ ଉପରେ ଚୀନ୍ ଆକ୍ରମଣ କରିବାକୁ ଯୋଜନା କରୁଛି’
– ତାଇୱାନର ନିଷିଦ୍ଧ ଜଳଭାଗରେ ୭ଟି ଡ୍ରୋନ୍ ଓ ୪୯ଟି ବିମାନ ଉଡ଼ାଇଲାଣି ଚୀନ୍
– ସେପଟେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ତାଇୱାନ୍
– ସେନା ପ୍ରସ୍ତୁତ ରହିଛି, ସଜାଗ ରହିଛି କ୍ଷେପଣାସ୍ତ୍ର ବ୍ୟବସ୍ଥା
– ନୌବାହିନୀ ଦ୍ୱାରା ଜଳପଥରେ ପାଟ୍ରୋଲିଂ କରାଯାଉଛି
– ଚୀନର ପ୍ରତିଟି ଗତିବିଧି ଉପରେ ନଜର ରଖିଛି ତାଇୱାନ୍

ଚୀନର ଗୁଇନ୍ଦା ଜାହାଜକୁ ଅଟକାଇଲା ଶ୍ରୀଲଙ୍କା-ଡିଏସକେ

• ଭାରତର ଅନୁରୋଧ ରକ୍ଷା କଲା ଶ୍ରୀଲଙ୍କା
• ଚୀନର ଗୁଇନ୍ଦା ଜାହାଜକୁ ଅଧା ବାଟରେ ଅଟକାଇଲା ଶ୍ରୀଲଙ୍କା
• ହମ୍ବନତୋଟା ବନ୍ଦରରେ ଅଟକିଲା ଚୀନର ଜାହାଜ
• ସନ୍ଦେହ ସୃଷ୍ଟି ପରେ ଚୀନର ଜାହାଜକୁ ଭାରତ ବିରୋଧ କରିଥିଲା
• ଚିଠି ଲେଖି ଏହାକୁ ରୋକିବାକୁ କହିଥିଲା ଭାରତ
• ଅନୁରୋଧ ରକ୍ଷା କରି ଶ୍ରୀଲଙ୍କା ଚୀନ ଦୂତାବାସକୁ ଚିଠି ଲେଖିଥିଲା
• ଜାହାଜ ନେଇ ଆଗକୁ ନବଢିବାକୁ ଚୀନକୁ ଅନୁରୋଧ କରିଥିଲା
• ଚୀନର ଉଥାନ ୱଙ୍ଗ ୫ ଜାହାଜ ଚୀନର ଜିଆଙ୍ଗିନ ବନ୍ଦରରୁ ବାହାରିଥିଲେ
• ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ୧୧ ତାରିଖରେ ପହଁଚିଥାନ୍ତେ
• ଏକ ଗବେଷଣା କାର୍ଯ୍ୟକ୍ରମ ପାଇଁ ଜାହାଜ ଆସୁଥିବା ଚୀନ କହିିଥିଲା
• ଭାରତର ଗୁଇନ୍ଦା ବିଭାଗ କିନ୍ତୁ ଦେଇଥିଲା ନୂଆ ସୂଚନା
• ଭାରତର ନୌସେନା ଗତିବିଧି ରଖିବା ପାଇଁ ଚୀନ କରିଥିଲା ଷଡଯନ୍ତ୍ର!
• ଏନେଇ ଭାରତ ଚିନ୍ତା ପ୍ରକଟ କରିବା ସହ ଶ୍ରୀଲଙ୍କାକୁ ଏହି ବାବଦରେ ଜଣାଇଥିଲା ।
• ଶ୍ରୀଲଙ୍କା ବୈଦେଶିକମନ୍ତ୍ରାଳୟ ଚୀନ ଦୂତାବାସକୁ ଚିଠି ଲେଖିଥିଲେ
• ଆଗାମୀ ଆଲୋଚନା ପର୍ଯ୍ୟନ୍ତ ଜାହାଜ ଚଳାଚଳ ବନ୍ଦ ରଖିବାକୁ ଚୀନକୁ କହିଛି ଶ୍ରୀଲଙ୍କା
• ଭାରତ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ।
• ସୀମାରେ ଚୀନର ଗତିବିଧି ଉପରେ କଡ଼ା ନଜର ରହିଛି
• ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ଥିବା ସ୍ପଷ୍ଟ କରିସାରିଛି ଭାରତ