କନକ ବ୍ୟୁରୋ: ଆସୁଛି ଭାଇ-ଭଉଣୀଙ୍କ ପର୍ବ ରକ୍ଷାବନ୍ଧନ । ଏଥିପାଇଁ ଚାରିଆଡେ ଖୋଲିଛି ରାକ୍ଷୀ ଦୋକାନ । ଭଳିିକି ଭଳି ସୋଲ ,କାଗଜ, ଜରିରେ ତିଆରି ରାକ୍ଷୀରେ ଝଲସୁଛି ଦୋକାନ । ହେଲେ ଏମାନଙ୍କ ଭିଡରେ ବାରି ହୋଇପଡୁଛି ବାଉଁଶ ଓ ବେତ ରାକ୍ଷୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ରେସମ, ଜରି, ମାଳି ଆଦି ରାକ୍ଷୀରେ ଦୋକାନ ଭରି ହୋଇଥିବାବେଳେ ଏହା ଭିତରେ ବାରି ହୋଇପଡୁଛି ବେତ , ବାଉଁଶରେ ତିଆରି ରାକ୍ଷୀ , ଯାହା ବଜାରରେ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି । କଟକ ବାଙ୍କୀ ଡମପଡା ବ୍ଲକ ତାଳବସ୍ତ ଗାଁର ଅନେକ ମହିଳାମାନେ ପ୍ରସ୍ତୁତ କରିଛନ୍ତି ଏସବୁ ରାକ୍ଷୀ । ସ୍ୱୟଂ ସହାୟକ ଗୋଷ୍ଠୀର ଏହି ମହିଳାମାନେ ପାଖ ଜଙ୍ଗଲରୁ ବାଉଁଶ ବେତ ସଂଗ୍ରହ କରି ବିଭିନ୍ନ ତିଆରି କରିଛନ୍ତି ଡିଜାଇନର ରାକ୍ଷୀ ।
ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ଓରମାସ୍ ମାଧ୍ୟମରେ ମାଗଣାରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରିବାକୁ ଟ୍ରେନିଙ୍ଗ ଦେଉଛନ୍ତି । ସରକାରଙ୍କ ଏପରି ଯୋଜନା ମହିଳାଙ୍କୁ ଭଲ ଦି ପିଇସା ରୋଜଗାର କରିବକୁ ବାଟ ଦେଖାଇଛି ।
କେବଳ ନିର୍ଦ୍ଦିଷ୍ଟ ଅବସରରେ ନୁହେଁ ବରଂ ସବୁ ସମୟରେ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ସରକାର ସହଯୋଗ କଲେ ଏମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା