ଗାଡି ଚଢାଇବା ମାମଲା । ସୁପ୍ରିମକୋର୍ଟରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ୍

160

କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ୍ । ଗାଡି ଚଢାଇବା ମାମଲାରେ ବିଧାୟକଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟରୁ ବିଧାୟକଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ବିଧାୟକ ୧ ବର୍ଷ ଯାଏଁ ନିଜ ନିର୍ବାଚନୀ ମଣ୍ଡଳୀକୁ ଯାଇପାରିବେ ନାହିଁ ।

ଯଦି ଯିବେ ସେଥିପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏନେଇ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସେ କୌଣସି ସଭାସମିତି କରିପାରିବେ ନାହିଁ ।