ଦୁର୍ଘଟଣାଗ୍ରସ୍ତ ହୋଇ ବିଲରେ ଖସିଲା ଟ୍ରେନି ବିମାନ । ଅଳ୍ପକେ ବର୍ତ୍ତିଲେ ମହିଳା ପାଇଲଟ୍ ।

4,892

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ଇନ୍ଦାପୁର ତାଲୁକା ଇଲାକାରେ ଆଜି ସକାଳ ପାଖାପାଖି ୧୧.୩୦ ସମୟରେ ଏକ ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି ମହିଳା ପାଇଲଟଙ୍କ ଜୀବନ ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବିମାନ ଗୋଟିଏ ସିଟ୍ ବିଶିଷ୍ଟ ଥିଲା । ଏକ ଘରୋଇ ଆଭିଏସନ୍ ଇଞ୍ଜିନିୟରିଙ୍ଗ କଲେଜର ଏହି ଏୟାରକ୍ରାଫ୍ଟ ବାରାମତୀ ବିମାନବନ୍ଦରରୁ ଉଡାଣ ଭରିଥିଲା । ଏହାକୁ ଚଲାଉଥିଲେ ପାଇଲଟ୍ ଭାବନା ରାଠୋର । ଉଡାଣ ଭରିବାର କିଛି ସମୟ ପରେ ବିମାନଟିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ତେଣୁ କୌଣସି ଜନଗହଳି ସ୍ଥାନରେ ଯେପରି ବିମାନ କ୍ରାସ ନହୁଏ ସେଥିପାଇଁ ଏକ ଜମି ଥିବା ଇଲାକାରେ ଜରୁରୀକାଳୀନ ଅବତରଣ କରାଇଥିଲେ ଭାବନା । ହେଲେ ବିମାନଟି ଭାଙ୍ଗି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଫଳରେ ପାଇଲଟ୍ ଭାବନା ରାଠୋର ଆହତ ହୋଇଛନ୍ତି । ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଏମରଜେନ୍ସି ଷ୍ଟାଫ୍ ପହଞ୍ଚଥିଲେ  । ଭାବନାଙ୍କୁ ତୁରନ୍ତ ହସ୍ପିଟାଲ ପଠାଇଥିଲେ ।