ଦାନ୍ତେୱାଡାରେ ସହିଦ ୧୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି : ଶେଷ ସମ୍ମାନ ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

133

କନକ ବ୍ୟୁରୋ : ଛତିଶଗଡ଼ ଦାନ୍ତେୱାଡାରେ ୧୦ ଯବାନ ସହିଦ ହେବା ପରେ ଶୋକରେ ପୂରା ଛତିଶଗଡ଼ । ଦାନ୍ତେୱାଡା ହସ୍ପିଟାଲରେ ଥିବା ଯବାନଙ୍କ ମର ଶରୀରକୁ ଦାନ୍ତେୱାଡା ପୋଲିସ ପଡ଼ିଆକୁ ନିଆଯାଇଛି । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପୁରା ପରିବେଶ ସେଠାରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପୋଲିସ ପଡ଼ିଆକୁ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ କାନ୍ଧ ଦେଇଛନ୍ତି ।

ନକ୍ସଲ ଯେଉଁ ସ୍ଥାନରେ ଯବାନଙ୍କୁ ଆକ୍ରମଣ କରିଥିଲେ ସେହି ସ୍ଥାନକୁ ଯିବେ ବାଘେଲ । ଘଟଣାସ୍ଥଳରେ ସ୍ଥିତି ଦେଖିବା ସହ ଆକ୍ରମଣ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ହେଲା ହମଲା, କେଉଁଠି ରହିଲା ତାର ସମୀକ୍ଷା କରିବେ । ଏହି ସମୟରେ ଛତିଶଗଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଯବାନଙ୍କ ପକ୍ଷରୁ ଶୀର୍ଷ ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।