ଛତିଶଗଡ ଭୋଟରଙ୍କୁ କେଜ୍ରିୱାଲ ଦେଲେ ୧୦ଟି ପ୍ରତିଶ୍ରୁତି । କହିଲେ, ଥରେ ଆମକୁ ସୁଯୋଗ ଦିଅ ପରେ ସବୁ ଦଳକୁ ଭୁଲିଯିବ

243

କନକ ବ୍ୟୁରୋ : ଚଳିତବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ତରଫରୁ ୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଛତିଶଗଡ ଭୋଟରଙ୍କ ପାଇଁ ୧୦ଟି ପ୍ରତିଶ୍ରୁତି ଘୋଷଣା କରିଛନ୍ତି । ଛତିଶଗଡର ରାୟପୁର ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ୧୦ଟି ବଡ ଘୋଷଣା କରିଛନ୍ତି । ସେ ଛତିଶଗଡ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିଗୁଡିକ ହେଲା
୨୪ ଘଣ୍ଟିଆ ନିରବଚ୍ଛିନ ବିଜୁଳି ସେବା
ଦିଲ୍ଲୀ ଭଳି ଅତ୍ୟାଧୁନିକ ସ୍କୁଲ
ପ୍ରତି ଗ୍ରାମରେ ମୋହଲ୍ଲା କ୍ଲିନକ
ନିଯୁକ୍ତି ସୁଯୋଗ ଓ ବେରୋଜଗାରଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା
ପ୍ରତି ମହିଳାଙ୍କୁ ମାସିକ ୧ହଜାର ଟଙ୍କା ଭତ୍ତା
ମାଗଣା ତୀର୍ଥଯାତ୍ରା
ଭ୍ରଷ୍ଟାଚାରମୁକ୍ତ ସରକାର
ସହିଦଙ୍କ ପରିବାରକୁ ୧କୋଟି ଟଙ୍କାର ସହାୟତା
ଠିକା କର୍ମଚାରୀଙ୍କୁ ନିୟମିତ କରିବା
କୃଷକ ଓ ଆଦିବାସୀଙ୍କ ପାଇଁ ଆସନ୍ତା ବୈଠକରେ ପ୍ରତିଶ୍ରୁତି ଘୋଷଣା