ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ । କେନ୍ଦୁଝରର ଜନଗହଳିପୁର୍ଣ୍ଣ ସ୍ଥାନରେ ଲୁଟେରାଙ୍କ ଦୌରାତ୍ମ୍ୟ

68

କନକ ବ୍ୟୁରୋ: ସୁନା ଗହଣା ଦୋକାନରୁ ଲୁଟ୍ । ତା ପୁଣି ଏସପି ଅଫିସ୍ ସାମନାରୁ । କେନ୍ଦୁଝରର ଜନଗହଳିପୂର୍ଣ୍ଣ ସ୍ଥାନରୁ ପୁଲିସକୁ ଚ୍ୟାଲେଞ୍ଜ୍ ଦେଇ ଲୁଟ କରିଛନ୍ତି ଲୁଟେରା । ଚାରିପଟେ ସିସିଟିଭି କ୍ୟାମେରା ଲାଗିଛି । ଜନଗହଳି ସ୍ଥାନ ସାଙ୍ଗକୁ ଜିଲ୍ଲାପାଳ, ଏସପି ଓ ବିଭିନ୍ନ ଅଫିସ ସହ ବ୍ୟାଙ୍କ ସବୁ ରହିଛି । ତାରି ଭିତରେ ଲୁଟେରା କାନ୍ଥ କଣା କରି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା । ଖାଲି ସେତିକିି ନୁହେଁ ଲୁଟ୍ ପରେ ସମସ୍ତ ସିସିଟିଭି ମଧ୍ୟ ତାଡି ନେଇଛନ୍ତି ଲୁଟେରା । ଏନେଇ ଥାନାରେ ଏତଲା ହୋଇଛି । ଘଟଣା ସ୍ଥଳରେ ପୁଲିସର ସାଇଣ୍ଟିଫିକ୍ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଅଞ୍ଚଳରୁ ବହୁବାର ଚୋରି ହେଉଥିବା ବେଳେ ଏବେ ପୁଣି ଲୁଟପାଟ ଜାରି ରହିଛି ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି । ଏନେଇ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହୋଇଛି ।