ଆନ୍ଧ୍ର ଛାତ୍ରୀଙ୍କ ଟମ୍ କ୍ରୁଜ ଭଳି ଇଂରାଜୀ ଶୈଳୀ, ସରକାରୀ ସ୍କୁଲ ଛାତ୍ରୀଙ୍କ ଆମେରିକୀୟ ଇଂରାଜୀ କହିବା ଶୈଳୀକୁ ନେଇ ଚର୍ଚ୍ଚା ।

141

କନକ ବ୍ୟୁରୋ: ପର୍ପଲ ରଙ୍ଗର ୟୁନିଫର୍ମ ଆଉ ରିବନ ସହ ଦୁଇଟି ଲମ୍ବା ବେଣୀ ଥିବା ମେଘନା ଆନ୍ଧ୍ରପ୍ରଦେଶ କାକିନାଡା ଜିଲ୍ଲାର କୌଣସି ସରକାରୀ ସ୍କୁଲର ସାଧାରଣ ଛାତ୍ରୀ ଭଳି ଲାଗନ୍ତି । ତେବେ ଯେତେବେଳେ ସେ କ୍ୟାମେରା ସାମ୍ନାରେ ଇଂରାଜୀ ପରୀକ୍ଷା ପାଇଁ କହିବା ଆରମ୍ଭ କଲେ ଆଉ କହିଥିଲେ– ହାଏ ଗାଇଜ୍ …ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ଚକିତ ହୋଇ ପ୍ରଶ୍ନ କରିଥିଲେ ସେ ବୋଷ୍ଟନର ନା ବେଦାପୁଡିର?

ବେଦାପୁଡିର ସରକାରୀ ସ୍କୁଲର ଛାତ୍ରୀଙ୍କ ଆମେରିକୀୟ କହିବା ଶୈଳୀ ନେଇ ସୋସିଆଲ ମଡିଆରେ ଟ୍ରୋଲ କରାଯାଇଥିଲା । ତେବେ ଏହା ପରେ ବି ଛାତ୍ରୀ ନିଜର ସାହସ ହରାଇନଥିଲେ ନିଜର ଆତ୍ମବିଶ୍ୱାସ ବଳରେ ଇଂରାଜୀ ଶିଖିବା ସହ ସେହି ଶୈଳୀରେ କଥାବାର୍ତ୍ତା କରୁଛନ୍ତି । ଏହାର ଭିଡିଓ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ମେଘନା କହୁଛନ୍ତି, ଦିଜ୍ ଇଜ ମେଘନା, ଷ୍ଟୁଡେଣ୍ଟ ଅଫ ଟେନଥ୍ କ୍ଲାସ ଫ୍ରମ ଜେଡିପିଏଚଏସ ବେଦାପୁଡି । ବେଦାପୁଡି ଆନ୍ଧ୍ରର କାକିନାଡା ଜିଲ୍ଲାରେ ଥିବା ଅନ୍ନାବରମର ଗୋଟିଏ ଛୋଟିଆ ଗାଁ । କିଛି ସମୟ ପୂର୍ବରୁ ଏହି ସ୍କୁଲରେ କେବଳ ତେଲୁଗୁରେ ହିଁ ପାଠପଢା ହେଉଥିଲା । ତେବେ ଅଚାନକ ଏଠାର ଛାତ୍ରୀ ଆମେରିକୀୟ ଶୈଳୀର କଥାବାର୍ତ୍ତା କରିବା ମନରେ ପ୍ରଶ୍ନ ସୃଷ୍ଟି କରୁଛି କେମିତି ଏହା ସମ୍ଭବ?

ଏହା ସଂଯୋଗର ବିଷୟ, ସରକାରୀ ସ୍କୁଲର ଇଂରାଜୀ ଶିକ୍ଷକ ଗନ୍ତାବୀର ପ୍ରସାଦ ନିଜର ନୂଆ ଡିଜିଟାଲ ମାଇକ୍ରୋସଫ୍ଟ ଟେଷ୍ଟ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ କିଛି ରେକଡିଂ ପ୍ରସ୍ତୁତ କରିଥିଲେ ଯାହା ସ୍କୁଲ ଗ୍ରୁପ ଜରିଆରେ ଅନଲାଇନ ପୋଷ୍ଟ ହୋଇଥିଲା । କେବଳ ଏତିକି ନୁହେଁ ଏହା ଭାଇରାଲ ମଧ୍ୟ ହୋଇଥିଲ।। ଏହା ପରେ ପ୍ରସାଦ ଏବଂ ତାଙ୍କର କିଛି ଛାତ୍ରଙ୍କୁ ଆଇଏଏସ ଅଧିକାରୀଙ୍କ ସମୂହ କଥାବାର୍ତ୍ତା ପାଇଁ ଡକାଇଥିଲେ ।

ପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ମଧ୍ୟ ଭେଟିସାରିଛନ୍ତି । ବିଭିନ୍ନ ଦେଶର ପ୍ରତିନିଧିମଣ୍ଡଳ ମଧ୍ୟ ଏହି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆମେରିକା ଦୂତାବାସର ଡୋନାଲ୍ଡ ଏଲ ହେଫଲିନ ଅଗଷ୍ଟ ମାସରେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ବର୍ତ୍ତମାନ ଏହି ସ୍କୁଲ ଆନ୍ଧ୍ରପ୍ରଦେଶର ଅନ୍ୟ ସ୍କୁଲ ମାନଙ୍କ ପାଇଁ ରୋଲ ମେଡଲ ସାଜିଛି । ଅନ୍ୟ କିଛି ସ୍କୁଲ ଛାତ୍ରଛାତ୍ରୀ ଆସି ବେଦାପୁଡି ସରକାରୀ ସ୍କୁଲରେ ନାମଲେଖାଉଥିବା ଦେଖିବାକୁ ମିଳିଛି ।