ଘଟଗାଁ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ : ବିନା କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ

166

କନକ ବ୍ୟୁରୋ : ଘଟଗାଁ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ । ଦୁଇ ବର୍ଷରେ ବିନା କୋଭିଡ କଟକଣାରେ ପର୍ବ ପାଳନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖବାକୁ ମିଳିଛି । ଆସନ୍ତା ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପର୍ବ ପାଇଁ ଘଟଗାଁ ପୀଠଙ୍କୁ ସୁସଜ୍ଜିତ କରାଯାଇଛି । ଆଲୋକମାଳାରେ ମନ୍ଦିର ସଜ୍ଜା ଯାଇଥିବା ବେଳେ ଖରା ପାଇଁ ଛାଉଣି କରାଯାଇଛି । ଉକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।