ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ ।କହିଲେ କଡା ସୁରକ୍ଷା ବଳୟରେ ହେବ ମତଦାନ ।

99

 

କନକବ୍ୟୁରୋ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର । ସଂଧ୍ୟା ୬ଟାରେ ଶେଷ ହେବ ପ୍ରଚାର । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ସିଇଓଙ୍କ ପ୍ରେସମିଟ । ବୁଥ ଗୁଡିକ ସଂନ୍ଧ୍ୟା ଯାଏଁ ଖୋଲା ରହିବ । ସମସ୍ତ ଭୋଟର ମାନଙ୍କୁ ଖୋଟ ଦେବାର ସୁଯୋଗ ଦିଆଯିବ । ଏଥିସହ ଶାନ୍ତିଶୃଙ୍ଖଳାରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟ ବିଶୃଙ୍ଖଳୀା କରିବା ଲୋକଙ୍କୁ ବୁଥ ଭିତରକୁ ପ୍ରବେଶ ବାରଣ କରାଯାଇଛି । ଏଥିସହ କଡା ସୁରକ୍ଷା ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯୪.୪୮ ଭୋଟର ।

ବିଧୀାନସଭାରେ ୩୩୯ଜଣ ପୁରୁଷ ଓ ୪୪ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୬ ଲୋକସଭା ୪୨ ବିଧାନସଭା ଆସନରେ ହେବ ଭୋଟିଂ । ଲୋକସଭା ପାଇଁ ନିର୍ବାଚନ ଲଢୁଛନ୍ତି ୬୪ଜଣ ପ୍ରାର୍ଥୀ । ସିନିୟର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁବକ ଭୋଟରଙ୍କ ସଂଖ୍ୟା ୩୦ ପ୍ରତିଶତ ରହିଛି । ଘରୋଇ ଭୋଟର ସୁବିଧା ମଧ୍ୟ କରାଯାଇଛି । ପୋଲିସ, କର୍ମଚାରୀ ମାନଙ୍କ ପୋଷ୍ଟାଲ ବାଲାଟର ସୁବିଧା କରାଯାଇଛି । ପ୍ରଥମ ଦୁଇଟି ନିର୍ବାଚନ ପେ ଭୋଟର ମାନେ ବହୁତ ସଂଖ୍ୟାରେ ଭୋଟ ଦେଇଛନ୍ତି । ପ୍ରତ୍ୟକ ଭୋଟର ମାନଙ୍କୁ ସୁବିଧା ଦିଆଯାଇଛି । ପ୍ରତ୍ୟେକ ଭୋଟର ମାନଙ୍କ ପାନୀୟ ଜଳ ଓଆରଏସର ବ୍ୟବସ୍ଥା କରାଯାଇଛି । ଗାଁ ସହର ସବୁ ଭୋଟର ମାନଙ୍କୁ ଅନୁରୋଧ କରୁଛି ଭୋଟ ଦେବା ପାଇଁ ।