ମଙ୍କିପକ୍ସ ପାଇଁ ନୂଆ ଗାଇଡଲାଇନ୍ ଜାରି : ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ୨୧ ଦିନ ସଙ୍ଗରୋଧ, ତିନି ଥାକିଆ ମାସ୍କ ପିନ୍ଧିବାକୁ ପରାମର୍ଶ

171

କନକ ବ୍ୟୁରୋ : ମଙ୍କିପକ୍ସ ପାଇଁ ବାହାରିବ ଟିକା । ଏହି ରୋଗର ଟିକାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବୁଧବାର ନିଲାମ ଡାକିଛନ୍ତିି । ଆଇସିଏମଆର ମଙ୍କିପକ୍ସ ଟିକାର ବିକାଶ ଏବଂ ଗବେଷଣା ପାଇଁ ଇଛୁକ ଥିବା ମଧ୍ୟ ଜଣାପଡିଛି । ଅଭିଜ୍ଞତା ଥିବା ଟିକା ଉତ୍ପାଦନକାରୀ ସଂସ୍ଥା, ଗବେଷଣା ଏବଂ ଟିକାବିକାଶ କରୁଥିବା କମ୍ପାନୀ, ରୋଗ ନିରୂପଣ ପାଇଁ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ କରୁଥିବା ସଂସ୍ଥା ସହ ମିଶି ଆଇସିଏମଆର ମଙ୍କିପକ୍ସ ଟିକାର ବିକାଶ କରିବ ବୋଲି ସୂଚନା ମିଳିଛି ।

ଭାରତରୁ ୪ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବା ପରେ ସରକାର ଟିକାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏବେ କେରଳରୁ ୩ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ଗୋଟିଏ ମାମଲା ଚିହ୍ନଟ ହୋଇଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁଆ ଗାଇଡଲାଇନ୍ ଜାରି କରି ରାଜ୍ୟଗୁଡିକୁ ସଚେତନ କରାଯାଇଛି । ସମ୍ପୁର୍ଣ୍ଣ ସୁସ୍ଥ ନ ହେବା ଯାଏ ଅର୍ଥାତ୍ ଘା’ ନ ଶୁଖିବା ଯାଏ ରୋଗୀଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରୋଗୀଙ୍କୁ ତିନି ଥାକିଆ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ଶରୀରରେ ହୋଇଥିବା ଘା ଓ ବଥକୁ ଯଥାସମ୍ଭବ ଘୋଡାଇ ରଖିବାକୁ କୁହଯାଇଛି । ମଙ୍କିପସ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ୨୧ ସଂଗରୋଧରେ ରହିବାକୁ କୁହାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ବାରମ୍ବାର ହାତ ଧୋଇବା ସହ ସାଇଟାଇଜର ବ୍ୟବହାର କରିବାକୁ କୁହାଯାଇଛି ।