ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ମିଳିଥିବା କାର ଖୋଲିବ ଗୁମର । ଏଠି କିଏ ଲୁଚାଇଥିଲା ଅର୍ଚ୍ଚନାଙ୍କ ଏଣ୍ଡେଭର କାର ଜାଣିବାକୁ ଇଡିର ତନାଘନା

88

କନକ ବ୍ୟୁରୋ: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ କିଏ ଲୁଚାଇଥିଲା ଅର୍ଚ୍ଚନାଙ୍କ ଏଣ୍ଡେଭର କାର? ତନାଘନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଯେଉଁ ଅଞ୍ଚଳରୁ କାର ମିଳିଛି ସେଠାର ଗତ ୧ ମାସର ସିସିଟିଭି ଫୁଟେଜ ଯାଞ୍ଚ କରିବ ଇଡି । ଗତକାଲି ରାତିରେ ପରିତ୍ୟକ୍ତ ଅବସ୍ଥାରେ ହୋଇଥିଲା କାର ହୋଇଥିଲା ଠାବ । ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ୩୩ ଲକ୍ଷ ଟଙ୍କାର ଏଣ୍ଡେଭର କାରକୁ ମଂଚେଶ୍ୱର ଶିଳ୍ପଞ୍ଚଳରୁ ଠାବ କରିଛି ଇଡି ।

ଲେଡି ବ୍ଲକମେଲର ଅର୍ଚନା ନାଗଙ୍କ ସମ୍ପର୍କରେ ଦିନକୁ ଦିନ ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାରେ ଲାଗିଛି । ଅର୍ଚ୍ଚନାଙ୍କ ଯେଉଁ ଏଣ୍ଡେଭର କାରକୁ ଇଡି ଅଧିକାରୀ ଖୋଜୁଥିଲେ, ସେହି କାରକୁ ଜବତ କରାଯାଇଛି । ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ୩୩ ଲକ୍ଷ ଟଙ୍କାର ଏଣ୍ଡେଭର କାରକୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ କରିଛି ଇଡି । ପ୍ରଥମେ କାରକୁ ନେବା ପାଇଁ ଟୋଇଂ କାର୍ ଡକାଯାଇଥିଲା । ହେଲେ କାର ପାର୍କିଂ ମୋଡରେ ଥିବାରୁ ନେବା ସମ୍ଭବପର ହୋଇନଥିଲା । ପରେ କାରକୁ ନେବା ପାଇଁ ବିଶେଷଜ୍ଞ ଦଳକୁ ଡକାଇଥିଲେ ଇଡି ଅଧିକାରୀ । କିଛି ସମୟ ପରେ ଏକ ମାଷ୍ଟର କି ଜରିଆରେ କାରର ଡୋର ଖୋଲାଯାଇଥିଲା ।

ଏଣ୍ଡେଭର କାରକୁ ଯାଂଚ କରିବା ପରେ ଇଡି ଅଧିକାରୀ କାରକୁ ଚଲାଇ ଇଡି କାର୍ଯ୍ୟାଳୟକୁ ନେଇଛନ୍ତି । ଆଗକୁ କାର ସୋରୁମ ମାଲିକକୁ ଡାକି ପୁଣି ଥରେ ପଚରା ଉଚରା କରିପାରନ୍ତି ଇଡି ଅଧିକାରୀ । ଏହାବ୍ୟତୀତ ଗାଡି ସେଠାରେ କିଏ ନେଇ ରଖିଥିଲା ସେ ନେଇ ବି ଛାନବିିନ୍ କରିବ ଇିଡି । ସ୍ଥାନୀୟ ଅଂଚଳର ସିସିଟିଭିକୁ ବି ଯାଞ୍ଚ କରାଯିବ । ଆଗକୁ ଇଡି ବଳିଷ୍ଠ ପ୍ରମାଣ ଯୋଗାଡ କରି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି ।