ଶାହାଙ୍କ ପାଇଁ ରାତି ଅନିଦ୍ରା ହେଇ ଚାହିଁ ରହିଲେ ବିଜେପି କର୍ମୀ । ରାତି ଅଧରେ ଆସି ଜୋସ୍ ଭରିଲେ ଶାହା । 

157

କନକ ବ୍ୟୁରୋ: ଅମିତ ଶାହାଙ୍କ ଗସ୍ତକୁ ନେଇ ଗତକାଲି ସନ୍ଧ୍ୟାରୁ ଚଳଚଞ୍ଚଳ ହୋଇପଡିଥିଲା ରାଜଧାନୀ ଭୁବନେଶ୍ୱର । ସ୍ୱାଗତ ପାଇଁ ବିମାନ ବନ୍ଦରରେ ଦଳୀୟ କର୍ମୀଙ୍କ ଭିଡ ଜମିଥିଲା । ରାତି ଅନିଦ୍ରା ହୋଇ ଶାହାଙ୍କ ସ୍ୱାଗତ ପାଇଁ ଅପେକ୍ଷା କରି ରହିଥିଲେ ନେତା ଓ କର୍ମୀ । ଖାଲି ସେତିକି ନୁହେଁ  ଅମିତ ଶାହାଙ୍କ ଗସ୍ତକୁ ନେଇ ରାତାରାତି ରାସ୍ତାକୁ ମଧ୍ୟ ସଫା କରାଯାଇଥିଲା ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ଝଲକ ଟିକିଏ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ଶହ ଶହ ବିଜେପି ନେତା ଓ କର୍ମୀ  । ବିମାନବନ୍ଦରରୁ ବାହାରିବା ପରେ ଶାହା ବି ବ୍ୟାରିକେଡ ପାଖକୁ ଆସି କର୍ମୀଙ୍କ ସହ ହାତ ମିଳାଇଥିଲେ । କର୍ମୀଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ । ଯାହା କର୍ମୀଙ୍କ ଭିତରେ ଭରି ଦେଇଥିଲା ଜୋସ୍ ।

  • ଶାହାଙ୍କ ପାଇଁ ରାତି ଅନିଦ୍ରା
  • ଚାହିଁ ରହିଲେ ବିଜେପି କର୍ମୀ

ଅମିତ ଶାହା ଭୁବନେଶ୍ୱରରେ ଯେଉଁ ସମୟରେ ପହଁଚିବା କଥା ତାହା ବିଳମ୍ବ ହୋଇଥିଲା । ସେ ପହଁଚିବା ଯେତିକି ବିଳମ୍ବ ହେଉଥିଲା କର୍ମୀଙ୍କ ମଧ୍ୟରେ ସେତିକି ଉକ୍ରଣ୍ଠା ବଢ଼ୁଥିଲା । କେତେବେଳେ ଆସି ଭୁବନେଶ୍ୱରରେ ପହଁଚିବେ  । ରାତି ବଢ଼ି ବଢ଼ି ଚାଲବା ସହ ବଢ଼ି ଚାଲିଥିଲା କର୍ମୀଙ୍କ ଗହଳି । ଏକପ୍ରକାର ଲୋକାରଣ୍ୟ ହୋଇଯାଇଥିଲା ବିମାନବନ୍ଦର ଅଂଚଳ ।

ଅନ୍ୟପଟେ ଶାହାଙ୍କ ଗସ୍ତ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଅମିତ ଶାହା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଯୋଗୁଁ ୨୦ ମିନିଟ୍ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିିଥିଲା । ଫଳରେ ମନ୍ଦିର ବାହାରେ ବଢ଼ି ଚାଲିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଅନ୍ୟପଟେ ଶ୍ରାବଣ ଶେଷ ସୋମବାର ହୋଇଥିବାରୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କ ଭିଡ ବି ପ୍ରବଳ ଥିଲା । ଶାହାଙ୍କ ଦେଖିବା ପାଇଁ ମଧ୍ୟ ବିଜେପି ନେତା ଓ କର୍ମୀ ମନ୍ଦିର ନିକଟରେ ଭିଡ ଜମାଇଥିଲେ । କେବଳ ଏତିକି ନୁହେଁ ଗୃହମନ୍ତ୍ରୀଙ୍କ ଗସ୍ତ ଭୁବନେଶ୍ୱର ଓ କଟକର ଟ୍ରାଫିକ ବ୍ୟବସ୍ଥାକୁ ପ୍ରଭାବିତ କରିଥିଲା ।

ସେପଟେ କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ମଞ୍ଚ ତଳକୁ ଓହ୍ଲାଇ ସ୍ୱାଧୀନତା ସଂଗ୍ରାମୀ ଅନୁସ୍ୱୟା ପ୍ରସାଦ ପାଠକଙ୍କ ପତ୍ନୀ ବୀନିତା ପାଠକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉତ୍ତରୀୟ ଓ ମାନପତ୍ର ଦେଇ ତାଙ୍କୁ ସମ୍ମାନିତ କରିଥିଲେ ।