କ୍ରୀଡା ଛାତ୍ରାବାସର ନୋଟିସ୍ ପରେ ପହଂଚିିଲେନି ବୁଦ୍ଧିଆ! ମାମୁଁ ଘରେ ଥିବା ନେଇ ଭଉଣୀଙ୍କ ସୂଚନା

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କ୍ରୀଡା ଛାତ୍ରାବାସର ନୋଟିସ୍ ପରେ ନିର୍ଦ୍ଧିଷ୍ଟ ସମୟରେ ପହଂଚି ପାରିଲେନି ବୁଦ୍ଧିଆ ସିଂ । ୪ ତାରିଖ ସୁଦ୍ଧା ଛାତ୍ରାବାସରେ ପହଂଚିବା ନେଇ ନିର୍ଦେଶ ହୋଇଥିଲେ ସୁଦ୍ଧା ସ୍ପୋର୍ଟ ହଷ୍ଟେଲରେ ପହଂଚିନାହାନ୍ତି । ଆଉ ଯାହାକୁ ନେଇ ଜାରି ହୋଇଥିଲା ସସପେନ୍ସ । ଗତମାସ ୩୦ ତାରିଖରେ କ୍ରୀଡ଼ାବାସ ପକ୍ଷରୁ ବୁଦ୍ଧିଆଙ୍କ ପରିବାର ଲୋକଙ୍କୁ ଚିଠି କରାଯାଇଥିଲା । ୭ ଦିନ ମଧ୍ୟରେ ନଫେରିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି । ତେବେ ବୁଦ୍ଧିଆ ସିଂହ ମାମୁଁ ଘରେ ଥିବା ନେଇ ସୂଚନା ଦେଇଛନ୍ତି  ତାଙ୍କ ଭଉଣୀ ଗାୟତ୍ରୀ ସିଂ । ଏପଟେ ବୁଦ୍ଧିଆ ୫ ଦିନିଆ ଛୁଟିରେ ଥିବା ନେଇ ସୂଚନା ଦେଇଛନ୍ତି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର କର୍ତୃପକ୍ଷ । ସେ ଆସନ୍ତାକାଲି ଯାଏଁ ଛୁଟିରେ ଅଛନ୍ତି  ।