ନୋକିଆ ସହ ବିଏସଏନଏଲର ଚୁକ୍ତି: ଯୋଗାଇବ ୪ଜି ସେବା, ୫ଜି ପାଇଁ ଆଗରୁ ହୋଇସାରିଥିଲା ଚୁକ୍ତି

32

ସାର୍ବଜନିକ କ୍ଷେତ୍ରର ଦୂରସଂଚାର କମ୍ପାନୀ “ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶର ପଶ୍ଚିମ ତଥା ଦକ୍ଷିଣାଂଚଳର ୧୦ଟି ଦୂରସଂଚାର ଅଂଚଳରେ ୪ଜି ସେବାର ଶୁଭାରମ୍ଭ କରିବା ପାଇଁ ଫିନଲ୍ୟାଣ୍ଡର କମ୍ପାନୀ ନୋକିଆ ସହ ଚୁକ୍ତି କରିଛି ।

୪ଜି ସେବା ପାଇଁ ବିଏସଏନଏଲର ନୋକିଆ ସହ ଚୁକ୍ତି
ବିଏସଏନଏଲର ସିଏମଡି ଅନୁପମ ଶ୍ରୀବାସ୍ତବଙ୍କ କହିବାନୁସାରେ, ନୋକିଆ ଭଳି ପ୍ରଯୁକ୍ତିବଦ୍ୟା ଅଂଶୀଦାର ହେବା ଆମ ପାଇଁ ଗର୍ବର ବିଷୟ, ଯାହା ସହ ଆମେ ଦକ୍ଷିଣ ତଥା ପଶ୍ଚିମ ଅଂଚଳର ସିଂଗଲ ଆରଏଏନ ପ୍ରଯୁକ୍ତିବଦ୍ୟାର ଶୁଭାରମ୍ଭ କରିବା ଏବଂ ଏହାପରେ ୫ଜିର ବୃଦ୍ଧିକୁ ନେଇ କାମ କରୁଛୁ ।

୧୦ ଦୂରସଂଚାର ଅଂଚଳରେ ବିଏସଏନଏଲ କରିବ ୪ଜି ସେବାର ଶୁଭାରମ୍ଭ
ନୋକିଆ ଟେକ୍ନୋଲୋଜିକୁ ଦେଶର ୧୦ ଦୂରସଂଚାର ଅଂଚଳ- ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ତାମିଲଲାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ ତଥା ତେଲେଂଗାନାରେ ବିସ୍ତାର କରାଯିବ, ଯାହାର ଲାଭ ବଡ ବଡ଼ ସହର, କମ୍ପାନୀ, ଟେକ୍ନୋଲୋଜି ଓ ପର୍ଯ୍ୟଟନ କେନ୍ଦ୍ର ତଥା ବିଏସଏନଏଲର ପାଖାପାଖି ୩.୮ କୋଟି ଗ୍ରାହକ ଲାଭ ଉଠାଇବେ ।

ସୂଚନାଯୋଗ୍ୟ, ନୋକିଆ ଦ୍ୱାରା ବିସ୍ତୃତ ନେଟୱାର୍କ ଟେକ୍ନୋଲୋଜି ଦ୍ୱାରା ବିଏସଏନଏଲକୁ ୨ଜି, ୩ଜି ତଥା ୪ଜି ସିଂଗଲ ରେଡିଓ ୟୁନିଟରେ ସମର୍ଥନ କରିବାକୁ ନେଇ ସଂଚାଳନ ସମ୍ବନ୍ଧୀୟ ଖର୍ଚ୍ଚ ବଂଚାଇବାରେ ସହାୟତା ମିଳିବ । ତା’ସହ ନୂତନ ଭୋଲ୍ଟ ସେବା ଦ୍ୱାରା ବିଏସଏନଏଲକୁ ନିଜର ୪ଜି ଗ୍ରାହକଙ୍କୁ ଏଚଡି-କ୍ୱାଲିଟି ଭଏସ ତଥା ତେଜ୍ କଲ ସଂଯୋଗ ଦେବାରେ ସହାୟତା ମିଳିବ ।

ଗତ ସପ୍ତାହ ନୋକିଆ ଏମବିଆଇଟି ଇଂଣ୍ଡେକ୍ସ ୨୦୧୮ ଅନୁଯାୟୀ, ୨୦୧୭ ବର୍ଷରେ ଡାଟା ଟ୍ରାଫିକରେ ୪ଜିର ଅଂଶୀଦାର ୮୨ ପ୍ରତିଶତ ରହିଥିବାବେଳେ ପ୍ରତିମାସ ପ୍ରତ୍ୟେକ ଗ୍ରାହକ ପାଖାପାଖି ୧୧ ଜିବି ଡାଟା ଖର୍ଚ୍ଚ କରିଥିଲେ । ବର୍ଷ ୨୦୧୭ରେ ନୋକିଆ ତଥା ବିଏସଏନଏଲ ଭାରତୀୟ ବଜାରରେ ୫ଜିର ପ୍ରୟୋଗର ସମ୍ଭାବନାକୁ ଖୋଜିଥିଲେ ତଥା ବିକାଶ କରିବା ପାଇଁ ଏକ ଚୁକ୍ତି କରିଥିଲେ ।