କାନାଡା ରାଜଦୂତଙ୍କୁ ଭାରତରୁ ବିଦା କରିବା ପ୍ରସଙ୍ଗ । ଆମେରିକା ପରେ ଏବେ କାନାଡା ସମର୍ଥନରେ ମତ ରଖିଲା ବ୍ରିଟେନ

1,291

କନକ ବ୍ୟୁରୋ : ଭାରତ ସରକାରଙ୍କ ଦ୍ୱାରା କାନାଡାର ୪୧ଜଣ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ଦେବା ପ୍ରସଙ୍ଗରେ ଆମେରିକା ପରେ ଏବେ ବ୍ରିଟେନ ଅସନ୍ତୋଷ ପ୍ରକାଶ କରିଛି । ବ୍ରିଟନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଭାରତ ସରକାରଙ୍କ ଏହି ପଦକ୍ଷେପ ଭିଏନା ଚୁକ୍ତିର ପ୍ରଭାବଶାଳୀ କାର୍ଯ୍ୟକୁ ପ୍ରଭାବିତ କରିଛି । ଆମେ ଆଶା କୁରୁଛୁ ଯେ ୧୯୬ ବର୍ଷର କୂଟନୈତିକ ସଂପର୍କ ସ୍ଥାପନ ପାଇଁ ସମସ୍ତ ଦେଶ ରାଜି ହେବେ ।

ସମାନ ପ୍ରସଙ୍ଗରେ ଏହା ପୂର୍ବରୁ ଆମେରିକା ବିଦେଶ ବିଭାଗର ପ୍ରବକ୍ତା ମେଥ୍ୟୁ ମିଲର କହିଥିଲେ କି ‘ମୁଁ ଆଶା କରୁଛି କି ଭାରତ କୂଟନୈତିକ ସଂପର୍କ ପାଇଁ ୧୯୬୧ ମସିହାରେ ପ୍ରସ୍ତୁତ ହୋଇଥିବା ଭିଏନା ଚୁକ୍ତି କ୍ରମରେ ନିଜର ଦାୟିତ୍ୱ ପାଳନ କରିବ’ । ମେଥ୍ୟୁ କହିଥିଲେ କି କାନାଡା କୂଟନୀତିଜ୍ଞମାନଙ୍କୁ ଭାରତ ବିଦା କରିବାକୁ ନେଇ ଆମେ ଚିନ୍ତିତ । କାରଣ କୌଣସି ମତଭେଦକୁ ଦୂର କରିବାକୁ ହେଲେ କୂଟନୀତିଜ୍ଞଙ୍କର ଆବଶ୍ୟକତା ରହିଛି ।
ସୂଚନା ଥାଉକି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ କାନାଡା ତରଫରୁ ଭାରତରେ ଥିବା ୪୧ ଜଣ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ନେଇଥିଲା ।

ଭାରତର ଆନ୍ତରିକ ମାମଲା ଉପରେ ହସ୍ତକ୍ଷେପ ଓ ଅଧିକ ସଂଖ୍ୟାର କୂଟନୀତିଜ୍ଞ ଥିବାରୁ ମୋଦୀ ସରକାର କାନାଡା ସରକାରଙ୍କୁ ଭାରତରେ ଥିବା ୪୧ ଜଣ ରାଜଦୂତଙ୍କୁ ଫେରାଇ ନେବାକୁ ବିକଳ୍ପ ଦେଇଥିଲେ । ଅକ୍ଟୋବର ୩ ତାରିଖରେ ଭାରତ ସରକାରଙ୍କ ତରଫରୁ କାନାଡାକୁ ଚେତାବନୀ ଦିଆଯାଇଥିଲା କି, ଯଦି କାନାଡା ତରଫରୁ ଭାରତରେ ଥିବା ରାଜଦୂତଙ୍କ ସଂଖ୍ୟା କମ୍ କରାଯିବ ନାହିଁ ତେବେ ଭାରତରେ ଥିବା ସମସ୍ତ ରାଜଦୂତଙ୍କୁ କାନାଡା ପଠାଇ ଦିଆଯିବ ।