ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି : ରୋଡ ଶୋ’ବେଳେ ମୋଦୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ; ସୁରକ୍ଷା ନେଇ ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

24,679

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି । କେରଳ, କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ରାସ୍ତାରେ ଚାଲି ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ । ରୋଡ୍ ଶୋ’ ବେଳେ ରାସ୍ତାର ଉଭୟ ପାଖରେ ଛିଡା ହୋଇଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଫୁଲ ବର୍ଷା କରୁଥିଲେ । ଏହି ସମୟରେ ମୋଦୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିବାର ଚିତ୍ର ସାମ୍ନାକୁ ଆସିଥିଲା ।

ତେବେ ମୋଦୀଙ୍କ ସହ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲ ଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜି ନଥିଲା । ଗତ ସୋମବାର କୋଚିରେ ରୋଡ୍ ଶୋ’ ସମୟରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମୋଦୀଙ୍କ ସୁରକ୍ଷାରେ ଏହା ଏକ ବଡ ତ୍ରୁଟି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିଲା ହତ୍ୟା ଧମକ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମାରେ ଉଡାଇଦେବା ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ବୋମା ମାଡ କରି ହତ୍ୟା କରାଯିବାକୁ ମିଳିଥିଲା ଧମକ । ଏହା ସତ୍ୱେ କେରଳର କୋଚିରେ ପହଞ୍ଚି ବିଶାଳ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଲୋକଙ୍କ ଠାରୁ ଅଭିବାଦନ ନେଇଥିଲେ । ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ମୋଦୀଙ୍କୁ ଫିଙ୍ଗିଲେ ମୋବାଇଲ

– ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି
– କୋଚିରେ ରୋଡ୍ ଶୋ’ବେଳେ ମୋବାଇଲ ଫିଙ୍ଗିଲେ ଦୁର୍ବୃତ୍ତ
– ମୋବାଇଲକୁ ହାତରେ ଅଟକାଇଲେ ସୁରକ୍ଷାକର୍ମୀ
– ଅଘଟଣ ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
– ମୋବାଇଲ୍ ସ୍ଥାନରେ ଅନ୍ୟ କିଛି ବିସ୍ଫୋରକ ଥିଲେ କ’ଣ ହୋଇଥାନ୍ତା ?
– ରୋଡ୍ ଶୋ’ବେଳେ ସୁରକ୍ଷାକୁ ଅଧିକ କଡାକଡି କରାଯିବା ଜରୁରୀ ଥିଲା କି ?
– ହତ୍ୟା ଧମକ ଭିତରେ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ
– ହତ୍ୟା ଧମକ ମିଳିଥିବାରୁ ଅଧିକ ସତର୍କ ହେବାର ଆବଶ୍ୟକତା ଥିଲା କି ?
– ତଥାପି ସୁରକ୍ଷାରେ ଏତେ ବଡ଼ ତ୍ରୁଟି କିପରି ରହିଗଲା ?