ବଢୁଛି ସମୁଦ୍ରର ଜଳସ୍ତର । ବଢୁଛି ସଂକଟ 

308

କନକ ବ୍ୟୁରୋ : ସାରା ବିଶ୍ୱରେ ସମୁଦ୍ରର ଜଳସ୍ତର ଦିନକୁ ଦିନ ବଢିବାରେ ଲାଗିଛି । ୧୯୯୩ରୁ ୨୦୦୨ ମଧ୍ୟରେ ଯେତିକି ଜଳସ୍ତର ବୃଦ୍ଧି ପାଇଥିଲା, ୨୦୧୩ରୁ ୨୦୨୨ ମଧ୍ୟରେ ତାଠାରୁ ଦୁଇଗୁଣା ଜଳସ୍ତର ବୃଦ୍ଧି ପାଇଛି । ଗତ ବର୍ଷ ଏହି ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା । ସବୁଠୁ ଚିନ୍ତାରେ ବିସୟ ହେଉଛି ଆଗକୁ ଆହୁରି ଶୀଘ୍ର ଜଳସ୍ତର ବଢିପାରେ ବୋଲି ଆକଳନ କରାଯାଉଛି ।

ବିଶ୍ୱ ପାଣିପାଗ ବିଜ୍ଞାନ କେନ୍ଦ୍ର ବା ଡବ୍ଲୁଏମଓର କହିବା ଆନୁସାରେ, ସମୁଦ୍ର ଜଳସ୍ତର ବୃଦ୍ଧି ପାଇବାର ବଡ କାରଣ ହେଉଛି ତାପମାତ୍ରା ବୃଦ୍ଧି । ଯେଉଁ କାରଣରୁ ଗ୍ଲେସିୟର ତରଳିବାରେ ଲାଗିଛି । ସମୁଦ୍ର ଭିତରେ ଉତ୍ତାପ ବଢିବାରେ ଲାଗିଛି । ଯେଉଁଥି ପାଇଁ ଜଳସ୍ତର ବୃଦ୍ଧି ପାଉଛି । ୨୦୧୩ରୁ ୨୦୨୨ ମଧ୍ୟରେ ସମୁଦ୍ର ଜଳସ୍ତର ପ୍ରତିବର୍ଷ ୪.୬୨ ମିଲିମିଟର ହିସାବରେ ବଢିଛି । ଏହା ୧୯୯୩ରୁ ୨୦୦୨ମଧ୍ୟରେ ବଢିଥିବା ଜଳସ୍ତରଠାରୁ ଦୁଇଗୁଣା ଅଟେ ।

ବିଶ୍ୱ ପାଣିପାଗ ବିଜ୍ଞାନ କେନ୍ଦ୍ରର ଜେନେରାଲ ସେକ୍ରେଟେରିଙ୍କ କହିବା ଅନୁସାରେ, ଗ୍ଲେସିୟର ତରଳିବା ଏବଂ ସମୁଦ୍ର ଜଳସ୍ତର ତିବ୍ର ଗତିରେ ବଢିବା ଏକ ସଂକଟଜନକ ପ୍ରକ୍ରିୟା ଅଟେ । ତୁବାଲୁ ଭଳି ଦ୍ୱିପ ଅଧିକ ସଂକଟରେ ପଡିପାରନ୍ତି । ସମୁଦ୍ର ଜଳସ୍ତର ବୃଦ୍ଧି କାରଣରୁ ତୁବାଲୁ ଭଳି ଦ୍ୱିପ ନକ୍ସାରୁ ହଟିଯାଇପାରେ ବୋଲି କୁହାଯାଉଛି ।