୪୦ ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ : ୨ଟି ଦାମି ଗାଡ଼ି ଓ ୩୫ ଜଣ ଗିରଫ; ଅଧିକ ତଦନ୍ତ ପାଇଁ ପୋଲିସର ଛାନଭିନ୍

140

କନକ ବ୍ୟୁରୋ : ନିଶା ବିରୋଧରେ ବଲାଙ୍ଗିର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ବଲାଙ୍ଗିର ସହରରୁ ୪୦ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ କରିଛି ପୋଲିସ । ଏହାସହ ୨ଟି ଦାମୀ ଗାଡି ବି ଜବତ କରାଯାଇଛି । ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ୩୫ଜଣଙ୍କୁ ଗିରଫ କରାଯାଇଛି । ସହରରେ ନିଶା କାରବାର ପାଇଁ ଅପରାଧ ବଢ଼ି ବଢ଼ି ଚାଲିଥିବା ବେଳେ ଏବେ ୪୦ଲକ୍ଷରୁ ଅଧିକ ଟଙ୍କାର କଫ ସିରପ ଜବତ କରିଛି ପୋଲିସ ।

ଗତ କିଛି ଦିନ ହେବ ସହରରେ ଅପରାଧ ବଢି ଚାଲିଥିବା ବେଳେ ପୋଲିସ ତତ୍ପରତା ପ୍ରକାଶ କରି କିଛି ଅପରାଧିଙ୍କ ଘର ଉପରେ ବୁଲଡୋଜର ଚଢାଇଥିଲା । ଏବେ ନିଶା କାରବାରକୁ ନିୟନ୍ତ୍ରଣ କରିବା ଦିଗରେ ଲକ୍ଷାଧିକ ଟଙ୍କାର କଫ୍ ସିରପ ଜବତ କରାଯାଇଛିି । ନିଶା କାରବାରକୁ ରୋକିବା ଦିଗରେ ବଲାଙ୍ଗିର ପୋଲିସ ପ୍ରଥମ ଦଫାରେ ଲକ୍ଷାଧିକ ଟଙ୍କାର କଫ୍ ସିରଫ ଜବତ କରିବାସ ସହ ବଡ଼ ଧରଣର ରାକେଟର ପର୍ଦ୍ଦାଫାଶ କରିଛି ।