ଡ୍ରେନରୁ ପଙ୍କ ଉଦ୍ଧାର କାମ ତୁରନ୍ତ ସାରିବାକୁ ବିଏମସିର ନିର୍ଦ୍ଦେଶ । ସମୀକ୍ଷା ବୈଠକ ପରେ ମେୟରଙ୍କ କଡ଼ା ନିର୍ଦ୍ଦେଶ  ।

105

କନକ ବ୍ୟୁରୋ: ଭୁବନେଶ୍ୱର ମହାନଗର ନିମଗରରେ ଡ୍ରେନରୁ ପଙ୍କୋଦ୍ଧାର ନେଇ ସମୀକ୍ଷା ।  ତୁରନ୍ତ ଡ୍ରେନରୁ ପଙ୍କୋଦ୍ଧାର କାମ ସାରିବାକୁ ନିର୍ଦ୍ଦେଶ । ବିଭିନ୍ନ ଏଜେନ୍ସି ସହ ପଙ୍କୋଦ୍ଧାର  କାମକୁ ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମେୟର ସୁଲୋଚନା ଦାସ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜୁଲାଇ ୧୫ ତାରିଖ ପୂର୍ବରୁ ସମସ୍ତ ଡ୍ରେନରୁ ପଙ୍କୋଉଦ୍ଧାର କାମ ଶେଷ କରିବାକୁ କୁହାଯାଇଛି । ମୁଖ୍ୟତଃ ୧୧ଟି ପ୍ରମୁଖ ଡ୍ରେନ୍ ଏବଂ ୪ ଟି ଶାଖା ଡ୍ରେନର କାମ କେତେଦୂର ଆଗେଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।