ପାକିସ୍ତାନ ବିରୋଧରେ ବିଜେପିର ବିଶାଳ ବିକ୍ଷୋଭ: ବିଲାୱଲ ଭୁଟୋଙ୍କ କୁଶପୁତଳିକା ଦାହ, ପୋଡ଼ାଗଲା ପାକିସ୍ତାନ ପତାକା

145

କନକ ବ୍ୟୁରୋ: ପାକିସ୍ତାନ ବୈଦେଶିମନ୍ତ୍ରୀ ବିଲାୱଲ ଭୁଟୋଙ୍କ ବୟାନକୁ ଜୋରଦାର ବିରୋଧ । ବିଲାୱଲ ଭୁଟୋଙ୍କ ବିରୋଧରେ ସାରା ଦେଶରେ ଜେତିଛି ବିକ୍ଷୋଭ । ଶନିବାର ବିଭିନ୍ନ ରାଜ୍ୟରେ ଦଳ ବିଜେପି ପ୍ରତିବାଦ ଶୋଭା କରିଛି । ବିଭିନ୍ନ ସ୍ଥାନରେ ଶୁଭିଛି ବିଲାୱଲ ଭୁଟୋ ହାଏ ହାଏ । ପାକିସ୍ତାନ ମୁର୍ଦ୍ଦାବାଦର ନାରା । କେଉଁଠି ଭୁଟୋଙ୍କ କୁଶପୁତଳିକାକୁ ପୋଡାଯାଇଛି ତ ପୁଣି କେଉଁଟି ବିଲାୱଲଙ୍କ ଫଟୋରେ କାଳି ଓ ଚପଲ ମାଡ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ବୈଦେଶିକମନ୍ତ୍ରୀ ବିଲାୱଲ ଭୁଟୋ କଂସେଇ କହିଥିଲେ । ଏହାକୁ ନେଇ ବିଜେପି ସାରା ଦେଶରେ ଜୋରଦାର ବିରୋଧ କରିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ସମ୍ମୁଖରେ ବିଲାୱଲ ପ୍ରଧାନନମନ୍ତ୍ରୀ ମୋଦୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।