ବିହାରରେ ଭାଙ୍ଗିପାରେ ଏନଡିଏ ସରକାର: ପାଟନାରେ ଉପସ୍ଥିତ ରହିବାକୁ ସମସ୍ତ ବିଧାୟକଙ୍କୁ ଜେଡିୟୁ ଏବଂ ଆରଜେଡିର ନିର୍ଦ୍ଦେଶ

253

କନକ ବ୍ୟୁରୋ: ବିହାରରେ ପୁଣିଥରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ବିହାରରେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ ବା ଜେଡିୟୁ ଏବଂ ତାଙ୍କ ସହଯୋଗୀ ବିଜେପି ମଧ୍ୟରେ ବିବାଦ ଖବର ରାଜନୀତିକୁ ସରଗରମ କରିଛି । ଏହାରି ଭିତରେ ବଡ଼ କଥା ସାମ୍ନାକୁ ଆସିଛି ଯେ ଆଗାମୀ ଦୁଇ-ତିନି ଭିତରେ ବିହାରରେ ଏନଡିଏ ସରକାର ଭାଙ୍ଗିପାରେ । ଏବଂ ପୁଣିଥରେ ଲାଲୁ ପ୍ରସାଦଙ୍କ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ଓ ଜେଡିୟୁ ପୁଣିଥରେ ଏକାଠି ବିହାରରେ ସରକାର ଗଠନ କରିପାରନ୍ତି । ବିଜେପି ସହ ମେଂଟ ଭାଙ୍ଗି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଆରଜେଡି, ଲେଫ୍ଟ ଫ୍ରଂଟ ଓ କଂଗ୍ରେସ ସହ ବିହାରରେ ବିକଳ୍ପ ସରକାର ଗଠନ କରିବା ନେଇ ଚର୍ଚ୍ଚା ହେଉଛି ।

ବିଜେପି ଠାରୁ ଅଲଗା ହେବାର ପ୍ରମୁଖ କାରଣ
– ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ କୁମାର ସିହ୍ନାଙ୍କୁ ହଟାଇବାକୁ ଚାହୁଁଛନ୍ତି ନୀତୀଶ କୁମାର
– ନୀତୀଶ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇ ସମ୍ବିଧାନର ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି
– ୨୦୧୯ରେ ମୋଦୀ ସରକାରରେ ଜେଡିୟୁର ମାତ୍ର ଜଣେ ମନ୍ତ୍ରୀପଦ ମିଳିଥିବାରୁ ଥିଲେ ଅସନ୍ତୋଷ
– ରାଜ୍ୟ ଓ ସାଂସଦ ନିର୍ବାଚନ ଏକାଠି କରିବାକୁ ବିରୋଧ କରୁଥିଲେ ଜେଡିୟୁ ସୁପ୍ରିମୋ
– ଜୁଲାଇ ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ତ୍ରିରଙ୍ଗାକୁ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିଲା ବୈଠକ
– ବୈଠକରେ ସାମିଲ ହୋଇନଥିଲେ ନୀତୀଶ କୁମାର
– ନିମନ୍ତ୍ରଣ ସତ୍ତେ୍ୱ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ସମାରୋହରେ ମଧ୍ୟ ସାମିଲ ହୋଇନଥିଲେ ନୀତୀଶ
– ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହକୁ ଯାଇନଥିଲେ ନୀତୀଶ
– ଅଗଷ୍ଟ ୭ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକରେ ମଧ୍ୟ ନୀତୀଶ ସାମିଲ ହୋଇନଥିଲେ

ଗତ କିଛି ଦିନ ଧରି ବିଜେପି ଠାରୁ ଜେଡିୟୁ ଯେଉଁଭଳି ଭାବେ ଦୂରତା ବଜାୟ ରଖିଛି, ସେଥିରୁ ଦୁଇ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି । ଦୁଇଦିନ ତଳେ ଅର୍ଥାତ୍ ଶନିବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ଜେଡିୟୁରୁ ଇସ୍ତଫା ଦେଇଥିଲେ । ଯାହା ପରେ ଜେଡିୟୁ ଅଭିଯୋଗ ଆଣିଛି ଯେ ବିଜେପି ଆରସିପି ସିଂହଙ୍କୁ ଜରିଆରେ ଜେଡିୟୁକୁ କ୍ଷତି ପହଂଚାଇବାକୁ ଚାହୁଁଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ନାଁ ନେଇ ବିଜେପି ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ପରୋକ୍ଷରେ ବିଜେପି ଷଡଯନ୍ତ୍ର ରଚିଥିବା ଅଭିଯୋଗ ଆଣିବା ସହ ଉଚିତ୍ ସମୟରେ ଏହା ଉପରୁ ପରଦା ହଟିବ ବୋଲି ମଧ୍ୟ ଧମକ ଦେଇଛନ୍ତି ।

ବିହାର ବିଧାନସଭା (ସିଟ୍ର ସମୀକରଣ)
ମୋଟ ସିଟ୍ ସଂଖ୍ୟା-୨୪୩
ଆରଜେଡି-୭୯, ବିଜେପି-୭୭, ଜେଡିୟୁ ୪୫, କଂଗ୍ରେସ ୧୯, ସିପିଆଇ (ଏମଏଲ)-୧୨, ଏଆଇଏମଆଇଏମ୍-୧, ଏଚଏଏମ୍-୪, ସିପିଏମ୍-୨, ସିପିଆଇ-୨, ସ୍ୱାଧୀନ-୧

ଏମିତି ହୋଇପାରେ ସମୀକରଣ?
ବହୁମତ ପାଇଁ ଦରକାର-୧୨୨

ଏବେ ସମ୍ଭାବନା
ବିଜେପି-୭୭ ଆରଜେଡି-୭୯
ଜେଡିୟୁ-୪୫ ଜେଡିୟ ୁ-୪୫
ମୋଟ- ୧୨୨ ମୋଟ- ୧୨

ଏହାରି ଭିତରେ ଝାଂଝରପୁରର ଜେଡିୟୁ ସାଂସଦ ରାମପ୍ରୀତ ମଣ୍ଡଳ ଆଭାସ ଦେଇସାରିଛନ୍ତି ଯେ ନୀତୀଶ ଏନଡିଏ ସରକାରକୁ ନେଇ ଶୀଘ୍ର ବଡ଼ ଘୋଷଣା କରିପାରନ୍ତି । ସେ କହିଛନ୍ତି ଯେ ବିହାର ରାଜନୀତିରେ କିଛି ବି ସମ୍ଭବ । ଲୋକଙ୍କ ପାଖରେ ପହଂଚିବା ପୂର୍ବରୁ ରାଜ୍ୟରେ କିଛି ବି ଘଟିପାରେ । ନୀତୀଶ କୁମାର ଆମର ନେତା । ସେ ଯାହା ନିଷ୍ପତି ନେବେ, ତାହା ସର୍ବମାନ୍ୟ ।