ବିଜେପିର ମିଶନ ଓଡିଶା

25

ଅବ କି ବାର ମୋଦି ସରକାର । ୨୦୧୪ ନିର୍ବାଚନର ସାଧାରଣ ନିର୍ବାଚନର ଅବ୍ୟବାହିତ ପୂର୍ବରୁ ଏମିତି ଏକ ସ୍ଲୋଗାନ ଦେଇ ଶାସନ କ୍ଷମତାକୁ ଆସିଥିଲା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର । ଏଭିତରେ ଦୁଇବର୍ଷ ବିତିଗଲାଣି । ଦୁଇ ବର୍ଷ ଭିତରେ ଅନେକ ଚ୍ୟାଲେଂଜ ଓ ଆହ୍ୱାନକୁ ସାମ୍ନା କରିଛନ୍ତି କେନ୍ଦ୍ର ସରକାର । ଦୁଇବର୍ଷ ଭିତରେ ଅନେକ ରାଜ୍ୟ ନିର୍ବାଚନ ମଧ୍ୟ ଆସିଛି , କୋଉଠି ମିଳିଛି ସଫଳତା ତ ଆଉ କୋଉଠି ମିଳିଛି ବିଫଳତା । କୈାଣସି ରାଜ୍ୟର ନିର୍ବାଚନ ପାଇଁ ବର୍ଷେ କି ଛଅ ମାସ ଆଗରୁ ନୁହଁ ତିନି ଚାରି ବର୍ଷ ଆଗରୁ ଫୋକସ୍ କରାଯାଉଛି ସେ ରାଜ୍ୟକୁ । ଓଡିଶା ବର୍ଷ ୨୦୧୯ ରେ ନିର୍ବାଚନକୁ ସାମ୍ନା କରିବ , କିନ୍ତୁ ତା ପୂର୍ବରୁ ମାନେ ପ୍ରାୟତଃ ୫ ବର୍ଷ ପୂର୍ବରୁ ମୋଦି ଫୋକସ୍ କରିଛନ୍ତି ଓଡିଶାକୁ । ମୋଦିଙ୍କ ଏହା ହେଉଛି ଚତୁର୍ଥ ଓଡିଶା ଗସ୍ତ । ନରେନ୍ଦ୍ର ମୋଦି ଫୋକସ୍ ରେ ରଖିଛନ୍ତି ଓଡିଶାକୁ , ଏବଂ ଏହି ଫୋକସ୍ ଓଡିଶାର ନେତୃତ୍ୱ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ପଟ୍ଟନାୟକଙ୍କ ବିକଳ୍ପ ତିଆରି କରିବା ପାଇଁ ରାଜ୍ୟ ବିଜେପି ଜୋରଦାର ଉଦ୍ୟମ ଚଳାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏ ସମସ୍ତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ସ୍ୱତନ୍ତ୍ର ଉପସ୍ଥାପନା ବିଜେପିର ମିଶନ ଓଡିଶା