ବିଜେପି ନେତାଙ୍କୁ ଅମାନବୀୟ ଭାବେ ହତ୍ୟା, ଦୋକାନରୁ ଉଦ୍ଧାର ହେଲା ଶବ

118

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ୬୪ବର୍ଷୀୟ ମଲ୍ଲିକାର୍ଜୁନ ମୁଥ୍ୟାଲଙ୍କ ଛୁରି ଭୁସି ହତ୍ୟା କରାଯାଇଛି । ହତ୍ୟାର ଗୋଟିଏ ଦିନ ପୂର୍ବରୁ ସେ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ରହୁଥିବା ମୁଥ୍ୟାଲ ପ୍ରଥମେ ଜେଡିୟୁର ଥିଲେ । ଦୋକାନ ଭିତରୁ ମୁଥ୍ୟାଲଙ୍କ ଶବ ଉଦ୍ଧାର କରାଯାଇଛି । ହତ୍ୟା ସହ ଲୁଟପାଟ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ପ୍ରାଥମିକ ଭାବେ ପୋଲିସ କହିଛି, ଯାଞ୍ଚ ଜାରିରହିଛି । ସବୁ ଦିଗକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଜାରିରଖିଛି । ମୃତକଙ୍କ ପୁଅ ଭେଙ୍କଟେଶଙ୍କ କହିବା କଥା ଯେ, ପ୍ରଥମେ ଥରେ ଦୋକାନରୁ ଚୋରୀ ହେବା ପରେ ତାଙ୍କ ବାପା ଦୋକାନରେ ଶୋଇବା ଆରମ୍ଭ କରିଥିଲେ । ଟଙ୍କାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଦୋକାନରେ ଥିବା ବିଭିନ୍ନ ଆସବାବପତ୍ରକୁ ମଧ୍ୟ ଲୁଟ କରାଯାଇଛି ।