ଆଭ୍ୟନ୍ତରୀଣ କଥାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ : କହିଲେ, ବେନିୟମ କାମ କରୁଥିବା ଦଳୀୟ କର୍ମକର୍ତାଙ୍କୁ ଦିଆଯାଉ ଦଣ୍ଡ

210

କନକ ବ୍ୟୁରୋ : ଅସନ୍ତୋଷ ପ୍ରକାଶ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ବିଜେପିର ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଟାଣୁଆ ନେତା ହେଉଛନ୍ତି ଜଗନ୍ନାଥ । ଏହି ନିର୍ବାଚନମଣ୍ଡଳୀରୁ ସେ ୩ ଥର ବିଧାନସଭା ନିର୍ବାଚନ ଲଢିଛନ୍ତି । ୨୦୦୯ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ । ପରେ ୨୦୧୪, ୨୦୧୯ରେ ବିଜେପିରୁ ଲଢି ହାରିଯାଇଥିଲେ । ଏବେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ବଢିଲା ପରେ ଜଗନ୍ନାଥ ପ୍ରଧାନ ସଫେଇ ଦେଇଛନ୍ତି ।

ଜଗନ୍ନାଥ କହିଛନ୍ତି, ଏହା କେବଳ ଚର୍ଚ୍ଚା । ଦଳରେ ଚାଲିଥିବା କିଛି କାର୍ଯ୍ୟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳ ଏହାର ତୁରନ୍ତ ସମାଧାନ କରିବା କଥା । କିଛି ଲୋକ ଦଳରେ ଯାହା ନାହିଁ, ସେସବୁ କରୁଛନ୍ତି । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଦୀର୍ଘଦିନ ଧରି ଦଳରେ ରହିଲିଣି, ଯଦି ଏହା କ୍ଷତି କରିବ ତାହାହେଳେ ଦଳରେ ରହି ଲାଭ କଣ ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ ।