ଫାଇଭ-ଟି ସଚିବଙ୍କ ଅନୁଗୁଳ ଗସ୍ତ ପୂର୍ବରୁ ଅଡିଓ ଭାଇରାଲ ଶୁଣାଇଲା ବିଜେପି । ସଚିବଙ୍କୁ ପୁଷ୍ପ ବୃଷ୍ଟି କରିବା ପାଇଁ ତାଳଚେର ବିଧାୟକ ଅପିଲ କରିଥିବା ଅଭିଯୋଗ

239

କନକ ବ୍ୟୁରୋ : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତ ପୂର୍ବରୁ ତାଳଚେର ବିଧାୟକଙ୍କ ଅଡିଓ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି । ପ୍ରେସମିଟ କରି ବିଧାୟକ ବ୍ରଜ ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ସାଧାରଣ ସଂପାଦକ କାଳନ୍ଦୀ ସାମଲ । ପ୍ରେସମିଟରେ ସେ ସାମ୍ବାଦିକମାନଙ୍କୁ ଏହି ଭାଇରାଲ ଅଡିଓ ଶୁଣାଇଛନ୍ତି । ଯେଉଁଥିରେ ସଚିବଙ୍କୁ ପୁଷ୍ପ ବୃଷ୍ଟି କଲେ ଅଧିକ ଫଣ୍ଡ ଆସିବ ଓ ଅଂଚଳର ବିକାଶ ହେବ ବୋଲି କହୁଥିବା ଶୁଣିବାକୁ ମିଳିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କାଳନ୍ଦୀ ସାମଲ । କହିଛନ୍ତି ଏଭଳି କଥା କହି ବିଧାୟକ ତାଳଚେରବାସୀଙ୍କୁ ଲଜ୍ଜିତ କରିଛନ୍ତି । ତେଣୁ ତାଳଚେରବାସୀଙ୍କୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି   ।