ଡିଏନ ଗ୍ରୁପ ଉପରେ ୪ ଦିନର ଆଇଟି ରେଡ୍ ଶେଷ, ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ କହିଲେ, ସବୁ ଅଭିଯୋଗ ଭିତିହୀନ

250

କନକ ବ୍ୟୁରୋ : ୪ ଦିନ ଧରି ଡିଏନ ଗ୍ରୁପ ଉପରେ ଚାଲିଥିବା ରେଡ ଶେଷ ହୋଇଛି । ତିନି ଦିନର ରେଡ୍ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏମ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ମୁହାଁମୁହିଁ ଜେରା କରିଥିଲେ ଆଇଟି ଅଧିକାରୀ । ଜବତ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଳତାଡ କରିଛି ଆୟକର ବିଭାଗ । ସେପଟେ ଜେରା ପରେ ଜଗଦୀଶ ନାୟକ କହିଛନ୍ତି, ସବୁ ଅଭିଯୋଗ ମିଛ । ତାଙ୍କୁ କିଛି ପଚରାଯାଇନାହିଁ ବୋଲି ଜଗଦୀଶ ନାୟକ କହିଛନ୍ତି । ସେପଟେ ସହୀଦ ନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଛି କଂଗ୍ରେସ । କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ସରକାରଙ୍କୁ ଟାର୍ଗେଟ କରିଛି ।