‘ଆଉ ରାଜନୀତି କରିବିନି କିନ୍ତୁ ଶେଷ ଯାଏଁ ଲୋକଙ୍କ ସେବା କରିବି । ମୋର ସବୁ ସମ୍ପତ୍ତି ଟ୍ରଷ୍ଟକୁ ଦାନ କରିଦେବି’ : ରାସେଶ୍ୱରୀ ପାଣିଗ୍ରାହୀ

2,176

କନକ ବ୍ୟୁରୋ: ଆଜି ବିଜେଡିକୁ ଲାଗିଛି ଝଟକା । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଲୋକପ୍ରିୟ ନେତା ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆଉ କାହିଁକି ଦଳ ଛାଡିଲେ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ନିଜ ମନର କ୍ଷୋଭ ପ୍ରକାଶ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ରାସେଶ୍ୱରୀ କହିଛନ୍ତି, ମୁଁ ୨୦୧୪ରୁ ୨୦୧୯ ଯାଏଁ ବିଧୟିକା ଥିବାବେଳେ ଲୋକଙ୍କ ବିକାଶ ପାଇଁ କାମ କରିଛି । ଲୋକଙ୍କ ସେବା ପାଇଁ ମୋତେ ଦିନ ରାତି ଦେଖାଯାଏନି । ଏହି ଲୋକସେବା ଦେଖି ମୋତେ ଦଳ ସ୍ୱାଗତ କରି ୨୦୧୪ରେ ଟିକେଟ୍ ଦେଇଥିଲା । ହେଲେ ଏବେ ଦଳ ସମ୍ବଲପୁରକୁ ଅଣଦେଖା କରିଛିି । ଏଠିକାର ପ୍ରାର୍ଥୀଙ୍କୁ ଟିକେଟ୍ ନଦେଇ ଅନ୍ୟ ସ୍ଥାନର ପ୍ରାର୍ଥୀଙ୍କୁ ଏଠାରୁ ପ୍ରାର୍ଥୀ କଲେ । ମୁଁ ସବୁବେଳେ ସମ୍ବଲପୁର ମାଟି ପାଇଁ କାମ କରିଛି । ମୋର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ । ଯେତେବେଳେ ଆମର କାର୍ଯ୍ୟକୁ ଅଣଦେଖା କରି ଅନ୍ୟ କାହାକୁ ଟିକେଟ୍ ଦିଆଗଲା ସମ୍ବଲପୁରର ଗାରୀମାକୁ ବେଖାତିର କରାଯାଇଛି । ଯାହା ମୋତେ ଭାରୀ କଷ୍ଟ ଦେଇଛି । ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛି ।

ଯେହେତୁ ସେବା ମୋର ଲକ୍ଷ୍ୟ ତେଣୁ ଦଳରେ ଥିଲି ଲୋକଙ୍କ କାମ କରୁଥିଲି । ଶେଷ ଯାଏଁ ଲୋକଙ୍କ ସେବା କରିବି । ରାଜନୀତି ମୋର ଲକ୍ଷ୍ୟ ନଥିଲା । ତେଣୁ ବିଜେଡିରୁ ଇସ୍ତଫା ଦେବା ପରେ ମୋର ଆଉ କେଉଁ ଦଳକୁ ଯିବାର ନାହିଁ । ମୁଁ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇର୍ ଏକ ଟ୍ୟ୍ଷଯ କରି ସେମାନଙ୍କୁ ସାହାଯ୍ୟ କରିଆସୁଛି । ତେଣୁ ରାଜନୀତି ନକଲେ ବି ଶେଷ ଯାଏଁ ଲୋକଙ୍କୁ ସାହାଯ୍ୟ କରିବି । ମୋର ଯାହାବି ସମ୍ପତ୍ତି ଅଛି ସେସବୁୁ ମୁଁ ମୋ ଅନ୍ତେ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରଷ୍ଟକୁ ଦାନ କରିବି ବୋଲି କହିଛନ୍ତିି ରାସେଶ୍ୱରୀ ପାଣିଗ୍ରାହୀ ।