ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ । ଏନେଇ ସମସ୍ତ ସରକାରୀ ବିଭାଗକୁ କେନ୍ଦ୍ର ସରକାର ନିର୍ଦ୍ଦେଶ

5,840

କନକ ବ୍ୟୁରୋ : ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ । ଏନେଇ ସମସ୍ତ ସରକାରୀ ବିଭାଗକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ହେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ବାୟୋମେଟ୍ରିକ ସିଷ୍ଟମ ଦ୍ୱାରା ରେକର୍ଡ଼ି ବ୍ୟବସ୍ଥାର ସଠିକ ପାଳନ କରିବାକୁ ବିଭାଗର ମୁଖ୍ୟକୁ କୁହାଯାଇଛି ।
ଯେଉଁମାନେ ଅଫିସକୁ ବିଳମ୍ବରେ ଆସନ୍ତି ଏବଂ ଶୀଘ୍ର ଚାଲିଯାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି