ଗାଡି ନମ୍ବର ଲୁଚାଇଲେ କଟିବ ଫାଇନ୍, ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍

362

କନକ ବ୍ୟୁରୋ: ଗାଡି ନମ୍ବର ଲୁଚାଇ ବୁଲୁଛନ୍ତି କି । ଆପଣଣଙ୍କ ନମ୍ବର ଠିକ୍ ଭାବେ ଦେଖାଯାଉନନି କି । ଏଭଳି କରୁଥିଲେ ସାବଧାନ ହୋଇଯାଉନ୍ତୁ । କାରଣ ଏଭଳି ଗାଡି ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ । ଫାଇନରୁ ବର୍ତିବା ଅବା ଅବା ଅନ୍ୟ କୌଣସି କାରଣ ପାଇଁ ଏବେ କିଛି ଗାଡି ଚାଳକ ଗାଡିର ନମ୍ବର ଲୁଚାଉଉନ୍ତି । କିଏ ନମ୍ବର ପ୍ଲେଟରେ କାଳି ବୋଳି ଦେଉଛି ତ କିଏ ନମ୍ବର ଗୋଟିଏ, ଦୁଇଟି ସଂଖ୍ୟା ଲିଭାଇ ଦେଉଛି । କିଛି ଅପରାଧୀ ନମ୍ବର ପ୍ଲେଟର ଅଧା ଭାଙ୍ଗିଦେଉଛନ୍ତି । ଏଭଳି ଗାଡି ଚାଳକଙ୍କ ଧରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୁଲିସ ।

ସହରରେ ପ୍ରମୁଖ ଛକଗୁଡିକରେ ଟ୍ରାଫିକ ପୁଲିସ ପକ୍ଷରୁ ଯାଂଚ କରାଯାଉଛି । ନମ୍ବର ପ୍ଲେଟ ବିକୃତ କରୁଥିବା ବ୍ୟକ୍ତିମାନଙ୍କୁଠୁ ଖାଲି ଜରିମାନା ନୁହେଁ ଆବଶ୍ୟକ ପଡିଲେ ସେମାନଙ୍କ ଗାଡି ଜବତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଏସିପି ସ୍ୱସ୍ତିକ୍ ପଣ୍ଡା । ତେବେ ଯଦି କୌଣସି ଛକରେ ଟ୍ରାଫିକ ସମସ୍ୟା ଉପୁଜୁଛି ତେବେ ସୋଶିଆଲ ମିଡିଆ ମାଧ୍ୟମରେ ଟ୍ରାଫିକ୍ ପୁଲିସକୁ ଜଣାଇବାକୁ କହିଛନ୍ତି ଟ୍ରାଫିକ୍ ଏସିପି ।