ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ! ବିପଦ ସଂକେତ ଉପରେ ବହୁଛି ମୋତିହାରୀର ସିକରାନା ନଦୀ

41

କନକ ବ୍ୟୁରୋ: ଉତ୍ତର ଭାରତରେ ଭୟଙ୍କର ସ୍ଥିତିରେ ବନ୍ୟା ପରିସ୍ଥିତି । ନେପାଳରେ ହେଉଥିବା ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଏହାର ପ୍ରଭାବ ବିହାରରେ ଦେଖିବାକୁ ମିଳିଛି । ମୋତିହାରୀର ସିକରାନା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବିହାରର ୧୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ୭୨ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

ଅନ୍ୟପଟେ, ବିହାରର ଅରିୟା ଅଂଚଳ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ତେବେ ବନ୍ୟା ବେଳର ଏକ ହୃଦୟ ଥରାଇ ଦେବାଭଳି ଭିଜୁଆଲ ଏବେ ପଦାକୁ ଆସିଛି । ଯେଉଁଥିରେ ୩ଜଣ ଲୋକ ରାସ୍ତା ପାର କରୁଥିବାବେଳେ ପାଣିରେ ଭାସିଯିବାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା । ବାହାଦୂରଗଂଜ ଏନଏଚ-୩୨୭ ପାଖ ଏହି ରାସ୍ତାକୁ ପାର କରିବାବେଳେ ଭାସିଯାଇଛନ୍ତି ଏମାନେ ।

ଗତ ୧୩ତାରିଖର ଏହି ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଥିରେ ପୋଲ ଫାଟି ପାଣି ମାଡି ଆସିବା ଫଳରେ ଲୋକେ ପ୍ରାଣବିକଳରେ ରାସ୍ତା ପାରି ହୋଉଥିବାବେଳେ ଏହି ସମୟରେ ଗୋଟିଏ ପରିବାରର ୩ଜଣ ଲୋକ ପାଣିର ସ୍ରୋତରେ ଭାସିଯାଇଛନ୍ତି ।