ସଡ଼କ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ : ବ୍ଲକ ସ୍ତରରୁ ସହରାଞ୍ଚଳର ସବୁ ରୋଡ ଇଞ୍ଜିନିୟରଙ୍କୁ ଦିଆଯିବ ପ୍ରଶିକ୍ଷଣ

109

କନକ ବ୍ୟୁରୋ : ସଡ଼କ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ । ରୋଡ ଇଞ୍ଜିନିୟରିଂ ସମ୍ପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ । ବ୍ଲକ ସ୍ତରରୁ ସହରାଞ୍ଚଳର ସବୁ ରୋଡ ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାସ୍ତା କଡରେ ରହୁଥିବା ଗାଁଗୁଡିକରେ ୧୦ ଜଣ ଯୁବକଙ୍କୁ ଚିକିତ୍ସା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଦୁର୍ଘଟଣା ହେଲେ କିପରି ଲୋକଙ୍କୁ ତୁରନ୍ତ ଚିକିତ୍ସା କରାଯିବ ସେନେଇ ସେମାନଙ୍କୁ ରେଡକ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଏଥିସହ ଅଟୋ ଚାଳକଙ୍କୁ ନିୟନ୍ତ୍ରଣ କରିବା ଏବଂ ଭୁବନେଶ୍ୱରରେ ଅଟୋ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବାକୁ କୁହାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପରିବହନ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ସଡ଼କ ସୁରକ୍ଷା ଉପରେ ଗଠନ ହୋଇଥିବା ସଡ଼କ ସୁରକ୍ଷା କମିଟିର ସଚିବ ସଞ୍ଜୟ ମିତଲ ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକରେ ପରିହନ କମିଶନର ଅମିତାଭ ଠାକୁର ଉପସ୍ଥିତ ଥିଲେ । ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପରିବହନ ବିଭାଗକୁ ସଡ଼କ ସୁରକ୍ଷା ନେଇ ଉକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।