‘ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରିବ’: ଦିବଙ୍ଗତ ପତ୍ନୀଙ୍କୁ ମନେ ପକାଇ ଏଭଳି କହିଲେ ମୁଖ୍ୟ ବିଚାରପତି

1,343

କନକ ବ୍ୟୁରୋ: ‘୩୬୪ ଦିନ କେବେବି ଛୁଟି ନାହିଁ, ୨୪ ଘଣ୍ଟିଆ କାମ କରିବ, ଏଭଳି ସ୍ୱାମୀ ଖୋଜ ଯିଏ ଘରର ସବୁ କାମ କରିପାରୁଥିବ’ । ଏହା ଥିଲା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପ୍ରଥମ ତଥା ଦବିଙ୍ଗତ ପତ୍ନୀ ରଶ୍ମୀ ଚନ୍ଦ୍ରଚୂଡଙ୍କ ଇଣ୍ଟରଭ୍ୟୁ ଏକ୍ସପେରିଏନ୍ସ । ନିକଟରେ ଲ ଷ୍ଟୁଡେଣ୍ଟସଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବ ପତ୍ନୀଙ୍କ ଆଇନଜୀବୀ ଜୀବନର କିଛି ସ୍ମୃତିକୁ ଦୋହରାଇଥିଲେ । ତାଙ୍କ ସ୍ୱର୍ଗତ ପତ୍ନୀ ରଶ୍ମୀ ପେଶାରେ ଜଣେ ଆଇନଜୀବୀ ଥିଲେ । ଯେତେବେଳେ ସେ ଏକ ଲ ଫାର୍ମରେ ଜବ୍ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଗଲେ ତାଙ୍କୁ ଏଭଳି କିଛି ପ୍ରଶ୍ନ ଓ ପରିସ୍ଥିତିକୁ ସାମ୍ନା କରିବାକୁ ପଡିଥିଲା ଯାହା ତାଙ୍କୁ ଅତିଷ୍ଠ କରିଥିଲା ।

ରଶ୍ମୀ ଜଣେ ଦକ୍ଷ ଓକିଲ ଥିଲେ । ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି ଯେ, ତାଙ୍କ ପତ୍ନୀ ରଶ୍ମୀ ଯେତେବେଳେ ଏକ ଲ ଫାର୍ମକୁ ଜବ୍ ଇଣ୍ଟରଭ୍ୟୁ ପାଇଁ ଗଲେ ସେଠିକାର ଅଥରିଟିଙ୍କୁ ସେ କାର୍ଯ୍ୟର ସମୟ ପଚାରିଥିଲେ । ଉତ୍ତର ଥିଲା ସେଠାରେ କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମ ନାହିଁ । ୨୪ଞ୍ଚ୭ ଏବଂ ୩୬୫ ଦିନ କାମ କରିବାକୁ ପଡିବ ।

ବେଙ୍ଗାଲୁରୁର ଲ ସ୍କୁଲ ଅଫ୍ ିଣ୍ଡିଆ ୟୁନିଭର୍ସିଟିର ବାର୍ଷିକ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧନ କରିବା ସମୟରେ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଥିଲେ ଯେ, ତାଙ୍କର ପ୍ରଥମ ପତ୍ନର ରଶ୍ମୀ ଚନ୍ଦ୍ରଚୂଡ ବାର ଆସୋସିଏନର ମେମ୍ବର ଥିଲେ । ଯେବେ ସେ ଜଜ୍ ବନିଲେ ରଶ୍ମୀ ଲିଟିଗେସନ୍ ଆଡଭୋକେଟ୍ ଭାବେ ଚାକିରି ଛାଡିଦେଲେ ଏବଂ ପରେ ଏକ ଲ ଫାର୍ମରେ ନିଯୁକ୍ତି ପାଇଁ ଆବେଦନ କଲେ । ସେଠାରେ ଯେତେବେଳେ ରଶ୍ମୀ ଚନ୍ଦ୍ରଚୂଡ ବିବାହିତ ମହିଳାଙ୍କ ବାବଦରେ ପଚାରିଲେ ତାଙ୍କୁ ଏଭଳି ଉତ୍ତର ମିଳିଥିଲା ଯାହା ତାଙ୍କୁ ଅତିଷ୍ଠ କରିଥିଲା । ପରିବାର ସହ ସମୟ କାଟିବାକୁ କୌଣସି ସମୟ ମିଳିବ ନାହିଁ ବରଂ ତାଙ୍କୁ ଏପରି ସ୍ୱାମୀ ଖୋଜିବାକୁ ପଡିବ ଯିଏ ଘରର ସବୁ କାମ କରିପାରୁଥିବେ । ଯାହା ସେ ସମୟରେ ଡିୱାଇ ଚନ୍ଦ୍ରଚୂଡଙ୍କୁ ମଧ୍ୟ ଚିନ୍ତାରେ ପକାଇଥିଲା ।

ଆଜିକାର କାର୍ଯ୍ୟ ଶୈଳୀ ସହ ସେ ସମର କାର୍ଯ୍ୟ ଶୈଳୀକୁ ତୁଳନା କରିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟରେ ସେ ସବୁବେଳେ ମହିଳା କର୍ମଚାରୀଙ୍କ ପାଇଁ ସୁବିଧା ସୁଯୋଗକୁ ଗୁରୁତ୍ୱ ଦେଇଆସିଛନ୍ତି । ସେମାନଙ୍କ ପାଇଁ ଶୌଚାଳୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏହି କ୍ରମରେ ସେ ମହିଳା କର୍ମୀମାନଙ୍କର ମାସିକ ସମସ୍ୟା କଥା ଉଠାଇଥିଲେ । କହିଥିଲେ ଏହା ମହିଳାଙ୍କର ଏକ ଯନ୍ତ୍ରଣାଦାୟକ ସମୟ । ତେଣୁ କୌଣସି ସମୟରେ କେହି ମହିା କର୍ମଚାରୀ ଯେକୌଣସି ମହିଳା କର୍ମଚାରୀ ଏ ସମସ୍ୟା ନେଇ ଫୋନ କରନ୍ତି ତାଙ୍କୁ ତୁରନ୍ତ ୱାର୍କ ଫ୍ରମ ହୋମ କରିବାକୁ କହିଥାନ୍ତି । କାରଣ କାମ କରବାକୁ ପ୍ରଥମେ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ ।

ତେଣୁ ଘର ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ଯାଏଁ ହେଉ ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ମାନସିକ ତଥା ଶାରୀରିକ ସୁସ୍ଥତାକୁ ଗୁରୁତ୍ୱ ଦିଆଯିବା ଉଚିତବୋଲି ମନ୍ତବ୍ୟ ରଖିଥିଲେ ଜଷ୍ଟିଜ୍ ଡିୱାଇ ଚନ୍ଦ୍ରଚୂଡ ।