ଚୀନ ରାଷ୍ଟ୍ରପତିଙ୍କ ଏକଛତ୍ରବାଦୀ ନୀତି । ବୈଠକରୁ ବିଦା ହେଲେ ପୂର୍ବ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ମୁହଁ ଚୁପ୍

203

କନକ ବ୍ୟୁରୋ : ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସରେ ଜିନପିଙ୍ଗଙ୍କୁ ତୃତୀୟ ଥର ରାଷ୍ଟ୍ରପତି କରିବା ନେଇ ନିଷ୍ପତ୍ତି ହୋଇଛି । ହେଲେ ବୈଠକରେ ଯେଉଁ ଡ୍ରାମା ଦେଖିବାକୁ ମିଳିଛି ତାହା ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନକୁ ପଦାରେ ପକାଇଛି । ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିତାଓଙ୍କୁ ବୈଠକରୁ ଜୋର ଜବରଦସ୍ତ ବାହାର କରିଦିଆଯାଇଥିବାର ଦେଖିବାକୁ ମିଳିଛି । ଯେତେବେଳେ ତାଙ୍କୁ ବୈଠକରୁ ବାହାର କରାଗଲା ଠିକ୍ ସେତିକି ବେଳେ ଚୀନର ଗ୍ରେଟ୍ ହଲରେ ସମାପନ ସମାରୋହ ଚାଲିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି କି ସୁରକ୍ଷା କର୍ମୀମାନେ ଜି ଜିତାଓଙ୍କ ହାତ ଧରି ତାଙ୍କୁ ଜୋର ଜବରଦସ୍ତ ବୈଠକ ହଲରୁ ବାହାରକୁ ବାହାର କରିଦେଉଛନ୍ତି । ହେଲେ କେଉଁ କାରଣରୁ ତାଙ୍କୁ ବୈଠକରୁ ଜୋର ଜବରଦସ୍ତ ବାହାର କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କେବଳ ସେତିକି ନୁହେଁ ପାର୍ଟି କଂଗ୍ରେସ ପରେ ସି ଜିନପିଙ୍ଗଙ୍କ ଘୋର ବିରୋଧୀ କୁହାଯାଉଥିବା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ଦଳର କେନ୍ଦ୍ରୀୟ କମିଟିରୁ ବାହାର କରିଦିଆଯାଇଛି । ପାର୍ଟି କଂଗ୍ରେସରେ ନିଷ୍ପତ୍ତି ନିଆଯାଇଛି କି, ଚୀନର ପ୍ରଧାନମନ୍ତ୍ରୀ ଲି.କେକିଆଙ୍ଗଙ୍କୁ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ନେତୃତ୍ୱ ସେଣ୍ଟ୍ରାଲ କମିଟିରୁ ବାହାର କରିଦିଆଯିବ ।

କହିରଖୁ କି ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସ ପୂର୍ବରୁ ଆକଳନ କରାଯାଉଥିଲା କି, ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ବ୍ୟତୀତ ଦଳର ଶୀର୍ଷ ନେତୃତ୍ୱରେ ବଡ ପରିବର୍ତ୍ତନ କରାଯିବ । ଯାହା କି ଆଜିର ବୈଠକରେ ଦେଖିବାକୁ ମିଳିଛି ।