କାହା ଗୁଳିରେ ପ୍ରାଣ ହରାଇଲେ କନ୍ଧମାଳର ନିରୀହ ଆଦିବାସୀ

32

ସିଜ୍ ହେଲା ସୁରକ୍ଷାକର୍ମୀଙ୍କ ବନ୍ଧୁକ, ୧୫ ଯବାନଙ୍କ ଠାରୁ ଜବତ ହେଲା ୧୫ଟି ଏ.କେ ଫୋର୍ଟିସେଭେନ୍ । ଗୁଳି ଜବତ ହୋଇଛି ଏସଓଜି ଜବାନଙ୍କ ଠାରୁ । ଷ୍ଟେଟ୍ ଫୋରେନ୍ସିକ ଲ୍ୟାବକୁ ପଠାଇବା ପୂର୍ବରୁ ଏସଆଇଟିର ସଦସ୍ୟ ଏହି ବନ୍ଧୁକ ଓ ଗୁଳିକୁ କୋର୍ଟରେ ଦାଖଲ କରିଛନ୍ତି । ଏହାସହ ଗୁମୁଡୁମାହା ଗୁଳିକାଣ୍ଡକୁ ଅତି ନିକଟରୁ ଦେଖିଥିବା ଦୁଇ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ କନ୍ଧମାଳ ଗୁଳିକାଣ୍ଡ ଏକପାଖିଆ ନା ଗୁମୁଡୁମାହାରେ ଚାଲିଥିଲା ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ । ଏ ପ୍ରଶ୍ନର ଉତ୍ତର ଖୋଜୁଥିବା ଏସଆଇଟି ବାହାର କରିଛି ନୂଆ ଥିଓରୀ । ପ୍ରାଥମିକ ତଦନ୍ତ ପରେ ଟିମର ସଦସ୍ୟ କହିଛନ୍ତି ଗୁମୁଡୁମାହାରୁ ଜବତ ଖୋକା ଏ.କେ ଫୋର୍ଟିସେଭେନ୍ ଇନସାସ୍ ଓ ଥ୍ରୀ ନଟ୍ ଥ୍ରୀର ରାଇଫଲର । ଯାହା ସ୍ପଷ୍ଟ କରୁଛି , ସେଦିନ ରାତିରେ କେବଳ ଚାଲି ନଥିଲା ସୁରକ୍ଷାକର୍ମୀଙ୍କ ବନ୍ଧୁକ । ଫୁଟି ନଥିଲା କେବଳ ଏ.କେ ଫୋର୍ଟିସେଭେନ୍ ରାଇଫଲ । ତେବେ ଇନସାସ୍ ଓ ଥ୍ରୀ ନଟ୍ ଥ୍ରୀର ଖୋକା ଆସିଲା କୁଆଡୁ । ସେଦିନ ରାତିରେ ସତରେ କଣ ଚାଲିଥିଲା କି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ? ଏବଂ ସେହି ଚକ୍ରବ୍ୟୁହରେ ଫସି ଯାଇଥିଲେ କି ନିରୀହ ଆଦିବାସୀ ? ଏହି ତମାମ୍ ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍