ରାଜଧାନୀରେ ପୁଣି ହତ୍ୟାକାଣ୍ଡ : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ; ଅଭିଯୁକ୍ତ ସ୍ୱାମୀକୁ ଅଟକ, ତଦନ୍ତ ଜାରି

196

କନକ ବ୍ୟୁରୋ : ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସହିଦନଗର ଥାନା ବସୁଆଘାଇ ଅଞ୍ଚଳରେ ଘଟିଛି ଏହି ଘଟଣା । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ଅଭିଯୁକ୍ତ ସୌଭାଗ୍ୟ ଆଗରୁ ଜଣଙ୍କୁ ବାହା ହୋଇଥିଲା ବେଳେ ଲିଲି ହେଉଛନ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀ । କାଲି ରାତିରେ ପାରିବାରିକ ଝଗଡ଼ାରୁ ତାଙ୍କ ବାପାଙ୍କୁ ସୌଭାଗ୍ୟ ବହୁତ ମାଡ଼ ମାରିଥିଲେ । ପରେ ଲିଲିକୁ ମାଡ଼ ମାରି ମାରି ଜୀବନରୁ ମାରିଦେଇଥିବା ୫ବର୍ଷର ପୁନି ଝିଅ ଦେଖିଥିବା ସୂଚନା ରହିଛି ।