ଋଷ ସେନା ଠାରୁ ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି! ଭୟଙ୍କର ଅନୁଭୂତି ବଖାଣିଲେ ୟୁକ୍ରେନ ରାଷ୍ଟ୍ରପତି

562

କନକ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କାବୁ କରିବାକୁ ସେନା ପଠାଇଥିଲା ଋଷ । ଜେଲେନସ୍କିଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର ରଚିଥିଲେ ପୁଟିନ୍ । ଏହି ଭୟଙ୍କର ଅନୁଭୂତିକୁ ନିଜେ ବଖାଣିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଋଷ – ୟୁକ୍ରେନ ଯୁଦ୍ଧର ପ୍ରଥମ ଦିନକୁ ମନେ ପକାଇବା ସହ ଏକ ସାଙ୍ଘାତିକ ଘଟଣା ଉଲ୍ଲେଖ କରିଛନ୍ତି ଜେଲେନସ୍କି । ଟାଇମ ମାଗାଜିନ ସହ ଏକ ସାକ୍ଷାତକାରରେ ଏହା କହିଛନ୍ତି ଜେଲେନସ୍କି । ଋଷ ସେନା ତାଙ୍କୁ ଓ ତାଙ୍କ ପରିବାରକୁ ଧରିବାକୁ ଖୁବ୍ ନିକଟତର ହୋଇଯାଇଥିଲେ । ସେ ଏବଂ ତାଙ୍କ ପତ୍ନୀ ଓଲେନା ସେମାନଙ୍କର ୧୭ ବର୍ଷର ଝିଅ ଓ ୯ ବର୍ଷର ପୁଅକୁ ନିଦରୁ ଉଠାଇଥିଲେ । ବାହାରେ ଶୁଭୁଥିଲା ଘମାଘୋଟ ବୋମାମାଡ । ବିସ୍ଫୋରଣ ଏତେ ତୀବ୍ର ହୋଇଉଠିଥିଲା ଯେ , ସେ ନିଜେ ଋଷ ସେନାର ଅତି ନିକଟତର ହୋଇଥିବା ଅନୁଭବ କରିଥିଲେ ।

ରାଷ୍ଟ୍ରପତି ଭବନ ଆଉ ତାଙ୍କ ପାଇଁ ସୁରକ୍ଷିତ ନଥିଲା । ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଋଷ ସେନା କିଭରେ ପ୍ରବେଶ କରିଥିଲେ । ହେଲେ ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ଦେବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ । ଯୁଦ୍ଧର ରାତି ପୂର୍ବରୁ ସେ ଯାହା କିଛି କେବଳ ଫିଲ୍ମରେ ଦେଖିଥିଲେ ପରଦିନ ସକାଳୁ ସବୁକିଛି ତାଙ୍କ ଆଖି ଆଗରେ ଘଟିଯାଇଥିଲା ।