ବିଜେଡିରେ ଭତୃହରି ଅଡୁଆ ! ପୁଣି ବର୍ଷିଲେ ଦେବାଶିଷ କହିଲେ,ଦଳକୁ ଭାଙ୍ଗିବାକୁ ଚାହୁଁଛନ୍ତି ସାଂସଦ

19

କନକ ବ୍ୟୁରୋ: ପୁଣି ବର୍ଷିଲେ ଦେବାଶିଷ । ନିଜ ଲେଖା ମାଧ୍ୟମରେ ଦଳ ଭିତରର ବିଭିନ୍ନ କଥାକୁ ପ୍ରକାଶ କରୁଥିବା ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ଉପରେ ଦେବାଶିଷ ଆଜି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଭର୍ତୃହରି ଦଳକୁ ପରାମର୍ଶ ନୁହେଁ ବରଂ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।

ତେବେ ଶତ ଚେଷ୍ଟା କଲେ ମଧ୍ୟ ସେ ଦଳରେ ଫାଟ ସୃଷ୍ଟି କରିପାରିବେ ନାହିଁ ।ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇ ଜାଣନ୍ତି ବୋଲି ବୋଲି ଦେବାଶିଷ ଦମ୍ଭୋକ୍ତି କରିଛନ୍ତି । ଗତକାଲି ଖବରକାଗଜରେ ସ୍ତମ୍ଭ ଲେଖି ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଭର୍ତୃହରି ମହତାବ ।ଏପରିକି ସେ କହିଥିଲେ, ସୁପ୍ରିମୋ ଚାହିଁଲେ ସେ ଦାୟିତ୍ୱ ଛାଡିଦେବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –