ଗୁଗୁଲ୍ ଗର୍ଲ ବନିଲେ ‘ବେୱଫା ସୋନମ୍ ଗୁପ୍ତା’! ନୋଟ୍ ଉପରେ ନାଁ ଲେଖି ଖୋଜା ପଡିଲେ ଇଣ୍ଟରନେଟରେ

34

ସୋସିଆଲ୍ ମିଡିଆରେ ଅନେକ ଦିନ ପର୍ଯ୍ୟନ୍ତ ରାଜ୍ କରିଥିବା ‘ସୋନମ୍ ଗୁପ୍ତା’ ଏବେ ପୁଣି ଥରେ ଚର୍ଚ୍ଚାରେ । କାରଣ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ୩ୟ ସ୍ଥାନରେ ଅଛନ୍ତି ଏହି ବେୱଫା ।ଏପରିକି ଅଲିମ୍ପିକ ମେଡାଲ୍ ଜିତିଥିବା ସାକ୍ଷୀ ମଲ୍ଲିକ ଓ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଏହି ତାଲିକାରେ ସୋନମଙ୍କ ପଛରେ ରହି ଯାଇଛନ୍ତି ।

ବିମୁଦ୍ରାକରଣ ପରେ ‘ସୋନମ୍ ଗୁପ୍ତା ବେୱଫା ହୈ’ ଲେଖା ହୋଇଥିବା ୧୦ଟଙ୍କିଆ ନୋଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଆଉ ଏହି ବେୱଫାଙ୍କ ବିଷୟରେ ଜାଣିବା ପାଇଁ ଲୋକେ ଗୁଗୁଲରେ ଅନେକ ଖୋଜିଥିଲେ । ଯାହା ଫଳରେ ତାଙ୍କ ନାମ ଏହି ଟ୍ରେଡିଙ୍ଗ୍ ତାଲିକାର ୩ୟ ସ୍ଥାନକୁ ଚାଲିଆସିଛି ।

ଗୁଗୁଲ୍ ଇଣ୍ଡିଆ ପ୍ରକାଶ କରିଥିବା ୨୦୧୬ର ଟପ୍ ୧୦ ଜଣ ବ୍ୟକ୍ତିତ୍ୱଙ୍କ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଦ୍ୱିତୀୟ ସ୍ଥାନରେ ଅଛନ୍ତି ପି.ଭି ସିନ୍ଧୁ । ୩ୟ ସ୍ଥାନରେ ସୋନମ୍ ଗୁପ୍ତା ଥିବା ବେଳେ ସାକ୍ଷୀ ମଲ୍ଲିକ ଓ ଦିଶା ପଟାନୀ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି ।