ଭତ୍ତା ପାଇଁ ଶିକାରେ ନଈ ପାର ହେଲେ ବୃଦ୍ଧ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା କରୁଣ ଦୃଶ୍ୟ । ବ୍ୟାଙ୍କରୁ ନିରାଶ ହୋଇ ଫେରିଲେ ୮୮ ବର୍ଷୀୟ ବୃଦ୍ଧା ।

149

କନକ ବ୍ୟୁରୋ: ଭତ୍ତା ପାଇଁ ଦାରୁଣ ଦୁଃଖ । କେନ୍ଦ୍ରାପଡା ଜିଲ୍ଲାରୁ । ଭତ୍ତା ପାଇଁ ଜଣେ ୮୮ ବର୍ଷିୟ ବୃଦ୍ଧଙ୍କୁ ଶିକାର ଭାର କରି ନିଆଯାଉଛି । ଶିକାରେ ନଈ ପାର କରିନେଉଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଏକମାଣିଆ ପଂଚାୟତରୁ ଆସିଛି ଏଭଳି ଚିତ୍ର । ଏ ବୃଦ୍ଧ ଜଣଙ୍କ ହେଉଛନ୍ତି ଗଙ୍ଗାଧର ପରିଡା । ପରିବାର ଲୋକଙ୍କ ବିନା ସହଯୋଗରେ ସେ ନିତ୍ୟକର୍ମ ବି କରିପାରନ୍ତି ନାହିଁ । ହେଲେ ଭତ୍ତା ପାଇଁ ତାଙ୍କୁ ଭାରରେ ବୁହା ହୋଇ ବ୍ୟାଙ୍କ ଯିବାକୁ ପଡୁଛି । ହେଲେ ବ୍ୟାଙ୍କ ବନ୍ଦ ଥିବାରୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି ।

କେବଳ ଏହି ବୃଦ୍ଧ ନୁହଁନ୍ତି ଏମାନଙ୍କ ଭଳି ଅନେକ ବରିଷ୍ଠ ଲୋକ ଭତ୍ତା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଏମାନେ ଏତେ କଷ୍ଟରେ ବ୍ୟାଙ୍କରେ ପହଞ୍ଚିିବା ପରେ ବ୍ୟାଙ୍କ ବନ୍ଦ ଥିବା ଜାଣିବାକୁ ପାଇଥିଲେ । ଫଳରେ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା । ଏହି ପଞ୍ଚାୟତର ଶତାଧିକ ହିତାଧିକାରୀ ଭତ୍ତା ପାଇଁ ଏଭଳି ଅସୁବିଧାର ସାମ୍ନା କରୁଛନ୍ତି । ଅସହାୟ ଲୋକଙ୍କ ଘରେ ଭତା ପହଞ୍ଚାଇବାକୁ ସରକାର ବାରମ୍ବାର କହୁଥିଲେ ବି ସରକାରୀ କର୍ମଚାରୀ ଏହାକୁ ଖାତିର କରୁନାହାଁନ୍ତି । ଯେଉଁଥିପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିି । କିଛି ଦିନ ହେବ ନବରଙ୍ଗପୁରରେ ଜଣେ ୭୧ ବର୍ଷିୟ ବୃଦ୍ଧ ଭତ୍ତା ପାଇଁ ଚଉକି ଧରି ଯାଉଥିବାର ଖବର ଆସିଥିଲା ।