ମହାରାଜା ସିନେମା ହଲରେ ତୁମୁଳକାଣ୍ଡ । କାର ପାର୍କିଂକୁ ନେଇ ଦୁଇ ଯୁବତୀ ଙ୍କ ମଧ୍ୟରେ ହାତାହାତି

6,438

କନକ ବ୍ୟୁରୋ: ଭୁବନେଶ୍ୱର ମହାରାଜା ସିନେମା ହଲରେ ଗଣ୍ଡଗୋଳ । କାର ପାର୍କିଂକୁ ନେଇ ଦେଖିବାକୁ ମିଳିଛି ତୁମୁଳକାଣ୍ଡ । ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ବଚସା ହେବା ସହ ଟଣାଭିଡ଼ା ହୋଇଛନ୍ତି । ଏହି ଗଣ୍ଡଗୋଳ ଯୋଗୁଁ ହଲରୁ ଫିଲ୍ମ ଦେଖି ଫେରୁଥିବା ଦର୍ଶକମାନେ ପ୍ରାୟ ଅଧଘଣ୍ଟା ଧରି ବାହାରି ପାରିନଥିଲେ । ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପରେ ସ୍ଥିତି ନିୟନ୍ତ୍ରଣକୁ ଫେରିଥିଲା ।