ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡାରେ ବଡ ଧରଣର ଚଢାଉ: ରାଜନଗର ଓ ପଟ୍ଟାମୁଣ୍ଡାଇ ୩ଟି ସ୍ଥାନରେ ରେଡ୍

1,112

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆୟକର ବିଭାଗ ଓ ନିର୍ବାଚନ ପର୍ୟ୍ୟବକ୍ଷକଙ୍କ ଚଢାଉ । ରାଜନଗର ଓ ପଟ୍ଟାମୁଣ୍ଡାଇରେ ୩ଟି ସ୍ଥାନରେ ଏକା ସଙ୍ଗେ ଚଢାଉ । ପଟ୍ଟାମୁଣ୍ଡାଇର ପୂର୍ବତନ ଅଧ୍ୟକ୍ଷାଙ୍କ ଘରେ ଦିନ ୪ଟାରୁ ଅଧିକାରୀମାନେ ପହଞ୍ଚି ଚଢ଼ାଉ କରିଛନ୍ତି। ଘର ମାଲିକ ଅନୁପସ୍ଥିତି ଯୋଗୁଁ କେନ୍ଦ୍ରାପଡ଼ା ଏସପି, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଶହ ଅନେକ ପୋଲିସ ଅଧିକାରୀ ଘର ଚାରିପଟେ ପ୍ରହରା ଦେଇଛନ୍ତି । ସେହିପରି ରାଜନଗରର ୨ଟି ସ୍ଥାନରେ ଚଢ଼ାଉ କରାଯାଇଛି । ନିର୍ବାଚନ ପୂର୍ବରୁ କଳା ଟଙ୍କା ବଣ୍ଟା ହେବାର ସମ୍ଭାବନା ହେତୁ ଚଢ଼ାଉ କରାଯାଉଛି । ବଡ଼ ଧାର ର ଟଙ୍କା ଥିବାର ଆଶଙ୍କା ପ୍ରକାଶ ପାଇଛି। ତେବେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ।